ରାମଲଲ୍ଲାଙ୍କ ଦର୍ଶନ ପରେ ନିଜର ଅନୁଭବ ବଖାଣିଲେ କେରଳ ରାଜ୍ୟପାଳ

ନୂଆଦିଲ୍ଲୀ: ଗତବୁଧବାର କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଅଯୋଧ୍ୟାରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପ‌ରେ ସେ ରାମମନ୍ଦିର ଯାଇ ଭଗବାନ ରାମଲାଲ୍ଲାଙ୍କ ଦର୍ଶନ କରିଥିଲେ।

ରାମଲଲ୍ଲାଙ୍କୁ ସ୍ବଚକ୍ଷୁରେ ଦର୍ଶନ କରିବା ପରେ ଆରିଫ ମହମ୍ମଦ ଗଣମାଧ୍ୟମଙ୍କୁ ନିଜର ଅନୁଭବ ବଖାଣି କହିଛନ୍ତି, ମୁଁ ଅଯୋଧ୍ୟାର ପଡୋଶୀ। ଜାନୁଆରି ୨୨ ତାରିଖ ପୂର୍ବରୁ ଅଯୋଧ୍ୟା ଆସିଥିଲି। ସେବେକାର ବାତାବରଣ ଓ ଭଗବାନ ରାମଲଲ୍ଲା ପ୍ରତିଷ୍ଠା ହେବା ପରର ବାତାବରଣ ସମ୍ପୂର୍ଣ୍ଣ ଭିନ୍ନ ରହିଛି।

 

ଏଥର ଅଯୋଧ୍ୟା ଆସି ରାମଲଲ୍ଲାଙ୍କୁ ଦର୍ଶନ କରିବାର ମୋର ସ୍ବତନ୍ତ୍ର ଯୋଜନା ଥିଲା। ତାଙ୍କୁ ଯେତେ ଦେଖିଲେ ବି ମନ ଭରୁ ନାହିଁ। ପୁଣିଥରେ ଦେଖନ୍ତି କି ବୋଲି ମନରେ ଆଶା ଜାତ ହେଉଛି। ଅଯୋଧ୍ୟକୁ ଯିବା ଓ ଶ୍ରୀରାମଙ୍କୁ ପୂଜା କରିବା ଆମ ପାଇଁ କେବଳ ଏକ ଖୁସିର କଥା ନୁହେଁ, ଏହା ଏକ ଗର୍ବର କଥା।’

କେରଳ ରାଜ୍ୟପାଳଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ରାମ ମନ୍ଦିରରେ ରାମଲଲ୍ଲାଙ୍କ ଦର୍ଶନ କରୁଥିବାର ୨ଟି ଫଟୋ ଦେଖିବାକୁ ମିଳୁଛି। ଗୋଟିଏରେ ସେ ରାମଲଲ୍ଲାଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ଅନ୍ୟଟିରେ ହାତଯୋଡ଼ି ଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର