ରେଢ଼ାଖୋଲ ବନଖଣ୍ଡରୁ ପୁରୀକୁ ଗଲା ରଥ କାଠ

ରେଢ଼ାଖୋଲ/ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ଅଞ୍ଚଳରୁ ବିଶ୍ବପ୍ରସିଦ୍ଧ ପୁରୀ ରଥନିମାର୍ଣ ପାଇଁ ବୁଧବାର ରଥ କାଠ ପଠାଯାଇଛି। ବୁଧବାର ରେଢ଼ାଖୋଲ ବନଖଣଣ୍ତର ଖୋଲଗଡ ସଂରକ୍ଷିତ ଜଙ୍ଗଲ , ବୁଡାର, ଖୋଲଗଡ ସଂରକ୍ଷିତ ଜଙ୍ଗଲ ଗିରୀଶ୍ଚନ୍ଦ୍ରପୁର ଅଞ୍ଚଳରୁ ପ୍ରାୟ ୧୮୭ ଖଣ୍ତ ଧଉରା, ଅସନ କାଠ ପଠାଯାଇଛି। ଏହି କାଠ ସବୁ ଜଙ୍ଗଲରୁ ୪ଟି ଟ୍ରକରେ ରେଢ଼ାଖୋଲ ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା।

ଏଠାରେ ରଥକାଠ ସବୁ ମନ୍ଦିର ପୂଜକ ରଂଜନାଭ ପାଣିଗ୍ରାହୀ ପୂଜାପାଠ ପରେ ପୁରୀ ଅଭିମୁଖେ ବାହାରିଥିଲା। ଏହି ଅବସରରେ ନାମ ସଂକୀର୍ତ୍ତନ ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବନବିଭାଗର ଆରସିସିଏଫ ଟି. ଅଶୋକ, ଡିଏଫଓ ଅରବିନ୍ଦ ମହାନ୍ତି, ଏସଡିପଓ ପ୍ରଶାନ୍ତ ମେହେର, ଏସିଏଫ ମାଳତୀ ଲତା ହଂସଦା, ରେଂଜ ଅଧିକାରୀ ଦର୍ଶନୀୟା ଭୋଇ, ମୈତ୍ରୀ ମନଜିତ ବିଶ୍ବାଳ, ପୂର୍ବତନ ଏନଏସି ଉପାଧ୍ୟଧ୍ୟା ସୁନୀଲ ପ୍ରଧାନ, ମହାବୀର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର