Daily Archives

April 3, 2020

ନିଆଁରେ ପୋଡ଼ିଯିବାରୁ କଲୋଜ ଛାତ୍ରୀଙ୍କ ମୃତ୍ୟୁ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସ୍ଥାନୀୟ ଖଦାଳପଡ଼ାରେ ଆଜି ଅପରାହ୍ନରେ ଜଣେ କଲେଜ ଛାତ୍ରୀଙ୍କ ନିଆଁରେ ପୋଡ଼ିଯିବାରୁ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଅନୁ ବେହେରା (୧୬ ବର୍ଷ) । ସେ ସ୍ଥାନୀୟ କଲେଜରେ ଯୁକ୍ତ ୨ ପଢୁଥିଲେ ଏବଂ ଗୌରଙ୍ଗା ବେହେରାଙ୍କ ଝିଅ । ସେ…
ଅଧିକ ଖବର ଦେଖନ୍ତୁ...

ଗବେଷକଙ୍କୁ ମିଳିଲା ସଫଳତା: କରୋନା ଭାଇରସ୍‌ ବିରୋଧରେ ମୂଷା ଦେହରେ ଦେଲେ ପ୍ରତିଷେଧକ ପ୍ୟାଚ୍, ୨ ସପ୍ତାହ ମଧ୍ୟରେ…

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ଗବେଷକମାନେ ପରୀକ୍ଷଣ ପାଇଁ ମୂଷା ଦେହରେ ପ୍ରତିଷେଧକ ପ୍ୟାଚ୍‌ ବ୍ୟବହାର  କରି ସଫଳତା ଅର୍ଜନ କରିଛନ୍ତି। ଆଙ୍ଗୁଠିର ଟିପ ଆକୃତିର ଏହି ପ୍ୟାଚ୍‌କୁ ମୂଷା ଦେହରେ ଦେବା ପରେ କରୋନା ଭାଇରସ୍‌ ଉପରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଗୋଟିଏ ଦିନରେ ୪୭୮ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ଅତି ଦ୍ରୁତ ଗତିରେ ବଢିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ଏହାକୁ ମିଶାଇ ଭାରତର ମୋଟ ସଂକ୍ରମିତ ସଂଖ୍ୟା ୨୫୪୭ରେ ପହଞ୍ଚିଛି…
ଅଧିକ ଖବର ଦେଖନ୍ତୁ...

ସଟଡାଉନ୍ ସମୟରେ କଟକର କେଉଁ ଔଷଧ ଦୋକାନ ଖୋଲା ରହିବ ଜାଣନ୍ତୁ

କଟକ: ଭୁବନେଶ୍ୱର ଓ ଭଦ୍ରକ ସମେତ କଟକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଣ୍ଟା ସଟଡାଉନ୍ ଆରମ୍ଭ ହୋଇଛି । ଏହି ସମୟରେ କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ ୪୮ ଘଣ୍ଟା ଭିତରେ ଔଷଧ ଦୋକାନ…
ଅଧିକ ଖବର ଦେଖନ୍ତୁ...

ବାରିପଦା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ

ବାରିପଦା: କରୋନା କାରଣରୁ ହୋଇଥିବା ଲକ୍‌ଡାଉନର ପ୍ରଭାବ ସିଧାସଳଖ ବାରିପଦା ରକ୍ତ ଭଣ୍ଡାର ଉପରେ ପଡ଼ିଛି। ରକ୍ତଦାନ ଶିବିର ବନ୍ଦ ହୋଇଯାଇଥିବା କାରଣରୁ ରକ୍ତ ଭଣ୍ଡାରେ ରକ୍ତ ସଙ୍କଟ ଦେଖାଦେଇଛି। ଏନେଇ ଆଜି ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ପଢ଼ି ଆଜି ଜଣେ ଚାଟାର୍ଡ ଛାତ୍ର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘରେ ରହି ଜରୁରୀ କାମ ସ˚ପୂର୍ଣ୍ଣ କରିବେ। ସାହିତ୍ୟିକ ଓ କଳାକାରମାନେ ନୂତନ କୃତି ରଚନା କରିବେ। ଘରେ ଖୁସିର ମାହୋଲ ରହିବ। ବୃଷ: ମେକାନିକାଲ୍‌ ଇ˚ଜିନିୟରଙ୍କ ଲାଗି ସଫଳତାର ଦିନଟିଏ। ପରିବାରର ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବ୍ୟସ୍ତ ରହିବେ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

କରୋନା ସହ ଲଢ଼ୁଛି ଓଡ଼ିଶା: ଭୁବନେଶ୍ବର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟଡାଉନ୍ ଆରମ୍ଭ, ଜୀବନଯାତ୍ରା ଠପ୍

ଭୁବନେଶ୍ବର: କରୋନା ସହ ମୁକାବିଲା ଲାଗି ରାଜ୍ୟ ସରକାର ନେଇଛନ୍ତି କଠୋର ପଦକ୍ଷେପ। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩ ସହରକୁ କରାଯାଇଛି ସଟଡାଉନ୍। ରାଜ୍ୟର ରାଜଧାନୀ ଭୁବନେଶ୍ବର, ରାଜ୍ୟର ପୁରାତନ ସହର କଟକ ଏବଂ ଭଦ୍ରକ ସହରରେ ଲାଗୁ ହୋଇଛି ୪୮ ଘଣ୍ଟିଆ ସଟଡାଉନ୍। ଏହି ତିନି ସହରରେ କଡକଡି…
ଅଧିକ ଖବର ଦେଖନ୍ତୁ...

ଲୋକମାନେ ‘ତାଲାବନ୍ଦ’ର ମହତ୍ୱ ବୁଝନ୍ତୁ: ଆରୋଗ୍ୟ ଲାଭପରେ କହିଲେ ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି

ଭୁବନେଶ୍ୱର: ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଆଜି ପୂର୍ବାହ୍ନରେ କ୍ୟାପିଟାଲ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ଇଟାଲୀ ଫେରନ୍ତା ଯୁବକ କହିଛନ୍ତି, ଲୋକେ ତାଲା ବନ୍ଦର ମହତ୍ୱ ବୁଝନ୍ତୁ । କରୋନା ପାଇଁ ଲକଡାଉନ ଜାରି ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସମସ୍ତଙ୍କୁ ପଛରେ ପକାଇଲା ତାମିଲନାଡୁ, ମୋଟ ସଂକ୍ରମିତ ସଂଖ୍ୟା ୪୧୧, ଗୋଟିଏ ଦିନରେ ୧୦୨ ଜଣଙ୍କ ରିପୋର୍ଟ ପଜିଟିଭ୍

ଚେନ୍ନାଇ : ଭାରତରେ କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ଓ କେରଳ ଗତ କିଛି ଦିନ ଧରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ । କିନ୍ତୁ ଦିଲ୍ଲୀର ତବଲିଗି ଜମାତ ଘଟଣା ସାମନାକୁ ଆସିବା ପରେ ହଠାତ୍ ତାମିଲନାଡୁ ଓ ଦିଲ୍ଲୀ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । ତାମିଲନାଡ଼ୁରେ ମୋଟ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ୍ ଜାରି ଥିବା ବେଳେ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ୍‌ରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ରାଜ୍ୟ ସରକାର କରୋନା ରୋଗୀ…
ଅଧିକ ଖବର ଦେଖନ୍ତୁ...