ପତ୍ନୀଙ୍କୁ ହତ୍ୟା ଉଦ୍ୟମ, ସ୍ବାମୀ ଓ ଜ୍ବାଇଁ ଗିରଫ

ତୁମୁଡିବନ୍ଧ: ପରିବାର ଲୋକଙ୍କ ମିଶି ପତ୍ନୀଙ୍କୁ ହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏଭଳି ଏକ ଅମାନୁଷିକ କାଣ୍ଡ ଭିଆଉଥିବା ବେଳେ ସୌଭାଗ୍ୟବଶତଃ ଏଥିରୁ ପତ୍ନୀ ମୁକୁଳି ଯାଇଥିବା ଜଣାପଡିଛି । ପତ୍ନୀଙ୍କ ଅଭିଯୋଗ ପ୍ରକାରେ ବେଲଘର ପୁଲିସ ମାମଲା ରୁଜୁ କରିବା ସହ ସ୍ବାମୀ ହରିହର ନାୟକ ଓ ଜ୍ବାଇଁ ବେଲାରସନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୁଲିସ କେସ ନଂ ୧୭/୧୯ରେ ଆଇପିସି ଧାରା ୪୯୮(କ), ୩୨୩, ୩୪୧,୪୫୩, ୩୦୭, ୫୦୬ ଓ ୩୪ ଅନୁସାରେ ମାମଲା ରୁଜୁ କରିଛି ।
ଘଟଣାରୁ ପ୍ରକାଶ ଯେ, ଝିରୀପାଣିରେ ରହୁଥିବା ହରିହର ନାୟକ ନିଜ ସ୍ତ୍ରୀକୁ ନେଇ କିଛି ଦିନ ହେଲା ସନ୍ଦେହକରି ଆସୁଥିଲେ । ଏହା ପରେ ସେ ତାଙ୍କ ଜ୍ୱାଇଁ ବେଲରସନ ନାୟକ ସହ ମିଶି ପତ୍ନୀ ମାନସୀଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ। ଯୋଜନା ଅନୁସାରେ ମଙ୍ଗଳବାର ଦିନ ଅଭିଯୁକ୍ତ ସ୍ବାମୀ ହରିହର ସ୍ତ୍ରୀ ମାନସୀକୁ ତୁମୁଡିବନ୍ଧ ମୋଟରସାଇକେଲରେ ବସାଇ ଆଣିଥିଲା। ପରେ ରାତି ହେବାରୁ ବେଲଘର ଜ୍ୱାଇଁ ଘରେ ରହିବା ପାଇଁ କହିଥିଲା। ବୁଧବାର ଦିନ ସକାଳ ୮ଟା ରେ ମୋଟରସାଇକେଲରେ ସ୍ବାମୀ ହରିହର ଜ୍ୱାଇଁ ବେଲାରସନ ଓ ମାନସୀ ମିଶି ଝିରୀପାଣି ବାହାରିଲେ। ଯିବା ବାଟରେ ଛେଦନାଳ ନିକଟ ଏକ କଦଳୀ ବୁଦା ପାଖରେ ମୋଟରସାଇକେଲ ରଖି ମାନସୀକୁ ଲଟାବୁଦା ମୂଳକୁ ଜୋରକରି ନେଇ ବଳାତ୍କାର ସହ ବେକ କାଟି ମାରିଦେବା ପାଇଁ ଉଦ୍ୟମ କରିଥିଲେ।

ଏହି ସମୟରେ ରାସ୍ତରରେ ଯାଉଥିବା କିଛି ବ୍ୟକ୍ତି ଚିତ୍କାର ଶୁଣି ବୁଦା ମୂଳକୁ କଣ ହେଲା ଭାବି ଯାଇଥିଲେ । ଲୋକଙ୍କୁ ଦେଖି ଉଭୟ ହରିହର ଓ ବେଲାରସେନ ସ୍ଥାନ ଛାଡି ପଳାଇଥିବା ବେଳେ ମାନସୀ ଖସି ଆସି ବେଲଘର ଥାନାରେ ଏତଲା ଦାୟର କରିଥିଲେ। ଏତଲା ଭିତ୍ତିରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମାନସୀ ସହ ହରିହରଙ୍କ ୧୩ ବର୍ଷ ତଳେ ବାହାଘର ହୋଇଥିବା ବେଳେ ତାଙ୍କର ଏବେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମାନସୀ ଏବେ ଆଶା ଦିଦି ଭାବେ ମଧ୍ୟ୍ୟ କାର୍ଯ୍ୟ କରିଆସୁଥିବା ବେଳେ କିଛି ଦିନ ହେଲା ଦୁହେଁ ଦୁହେଁକୁ ସନ୍ଦେହ କରିବା ସହ ପ୍ରତିଦିନ ଘରେ କଳି ଝଗଡା ଲାଗି ଆସୁଥିଲା ବୋଲି କୁହାଯାଇଛି ।
ଅଜଣା ବାଇକ୍ ଧକ୍କାରେ ଯୁବକ ମୃତ
ଦିଗପହଣ୍ଡି, ୧୧ା୭(ଇମିସ): ଦିଗପହଣ୍ଡି ଥାନା ଗେଲାଦୁଲା ସାହିର ଚେରୁ ବେହେରା (୪୫)ଙ୍କ ଅଜଣା ବାଇକ୍‌ ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଚେରୁ ସ୍ଥାନୀୟ ସଇଟ୍‌ ଏଣ୍ଡ୍‌ ଲାଇଟ୍‌ ହୋଟେଲ୍‌ରେ କାମ କରୁଥିଲେ। ଗତକାଲି ରାତିରେ ହୋଟେଲ୍‌ ସମ୍ମୁଖ ରାସ୍ତା ପାର ହେବା ବେଳେ ଏକ ବାଇକ୍ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇ ଚେମ୍ପଟ ମାରିଥିଲା। ଗୁରୁତର ଅବସ୍ଥାରେ ହୋଟେଲ୍‌ କର୍ମଚାରୀମାନେ ଚେରୁଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ୍‌କୁ ନେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଚେରୁଙ୍କ ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ତାଙ୍କ ଶବ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର