ଯୌନ ଶୋଷଣ ଅଭିଯୋଗ ଲାଗିବା ପରେ ରିୟାଲିଟି ସୋ’ରୁ ବାହାରିଥିଲେ, ଏବେ ବର୍ଷକ ପରେ ମିଳିଲା ପୁଣି ସୋ’ ଜଜ୍‌ କରିବାର ସୁଯୋଗ

ମୁମ୍ବାଇ : ୨୦୧୮ରେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁ ମଲ୍ଲିକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲାଗିଥିଲା । ଯାହା ପରେ ତାଙ୍କୁ ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡୋଲର ଜଜ୍‌ ପଦରୁ ବାହାର କରି ଦିଆଯାଇଥିଲା । ପରେ ପରେ ତାଙ୍କୁ କୌଣସି କାମ ନ ମିଳିବା ସହ ସେ ଘରେ ବସି ରହିଥିଲେ । କିନ୍ତୁ ଏବେ ବର୍ଷକ ପରେ ସେ ପୁଣି ପରଦାକୁ ଫେରିଛନ୍ତି ।

MeToo: अनु मलिक पर लगा था यौन शोषण का आरोप, अब बच्चों का शो जज करने पहुंचे
aajtak.intoday.in

ସିଙ୍ଗିଙ୍ଗ୍‌ ରିୟାଲିଟି ସୋ’ ସୁପର ଷ୍ଟାର ସିଙ୍ଗରରେ ସେ ଏବେ ଗେଷ୍ଟ ଜଜ୍‌ ଭାବେ ନଜର ଆସିବେ ବୋଲି ଜଣା ପଡ଼ିଛି । ସୋ’ରେ ପ୍ରଥମ କରି ପାଦ ରଖିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ କଣ୍ଠଶିଳ୍ପୀ ଅଲ୍‌କା ୟାଗ୍‌ନିକ୍‌, ହିମେଶ ରେସ୍‌ମିୟା ଓ ଜାଭେଦ ଅଲ୍ଲୀ । ତେବେ #ମି ଠୁ ୍ଅଭିଯାନର ପ୍ରଭାବ ଏବେ କମ ହୋଇ ଆସିଛି ବୋଲି ବର୍ଷକ ପରେ ଅନୁ ମଲ୍ଲିକଙ୍କ ପୁଣି କାମ କରିବା ଖବର ପ୍ରମାଣ କରିଛି ।

ସମ୍ବନ୍ଧିତ ଖବର