ଭାରତ ଭ୍ରମଣ ପାଇଁ ସାଇକଲ ଯାତ୍ରାରେ ବାହାରିଲେ ୬୩ ବର୍ଷୀୟ ବୃଦ୍ଧ

ବାଲେଶ୍ୱର: ସଡ଼କ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତ ଭାରତର ସଂକଳ୍ପ ନେଇ ୭ହଜାର କିଲୋମିଟର ସାଇକଲ ଯାତ୍ରାରେ କେନ୍ଦ୍ରାପଡ଼ା ଜିଲ୍ଲା ଜୟପୁରା ଗ୍ରାମର ୬୩ ବର୍ଷୀୟ ବୃଦ୍ଧ ବାହାରିଛନ୍ତି । ବରିଷ୍ଠ ନାଗରିକ ସୟଦ ଫୈଜାନ ଅଲ୍ଲୀଯ ଦୀର୍ଘ ୮୦ ଦିନର ସାଇକଲ ଯାତ୍ରାର ସଂକଳ୍ପ ନେଇ ଗତ ୨୦ ତାରିଖରୁ ବାହାରି ଭଦ୍ରକ ପରେ ଆଜି ବାଲେଶ୍ୱରରେ ପହଞ୍ଚି ସେ ତାଙ୍କର ଯାତ୍ରା ମୂଳ ଉଦେଶ୍ୟ ବିଷୟରେ ସ୍ଥାନୀୟ ପ୍ରଶାସନ ସମେତ ଗଣମାଧ୍ୟମକୁ ଅବଗତ କରାଇଛନ୍ତି।

ଏହି ଯାତ୍ରାରେ ସେ ରାଞ୍ଚି, ବନାରସ, ଲକ୍ଷ୍ନୌ, ଆଗ୍ରା, ଦିଲ୍ଲୀ, ଜମ୍ମୁ, ଅମୃତସର, ଜୟପୁର, ଅହମଦାବାଦ, ଭୋପାଳ, ଜବଲପୁର ଦେଇ ଓଡ଼ିଶାର ଝାରସୁଗୁଡ଼ାରେ ପହଞ୍ଚିବେ ବୋଲି ଫୈଜାନ ସୂଚନା ଦେଇଛନ୍ତି। ଏହି ଅବସରରେ ତାଙ୍କୁ ବାଲେଶ୍ୱର ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ କୁମାର ଚୌଧୁରୀ, ଉପଜିଲ୍ଲାପାଳ ନିଲୁ ମହାପାତ୍ର ଓ ବାଲେଶ୍ୱର ସହରର ବିଭିନ୍ନ ସଂଗଠନର କର୍ମକର୍ତା ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ତାଙ୍କ ଯାତ୍ରାର ସଫଳ କାମନା କରିଛନ୍ତି।

ସମ୍ବନ୍ଧିତ ଖବର