ଅବକାରୀ ବିଭାଗ-ପୁଲିସର ଚଢାଉ, ୪କୋଟି ୦୯ ଲକ୍ଷ ୨୬ ହଜାର ୮୩୪ ଟଙ୍କାର ମଦ ଜବତ
ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୨୧୯ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୪ ହଜାର ୧୫୭ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର ୪୯୫ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୪୯ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୩.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ୍ ସହାୟତାରେ ପ୍ରାୟ ୧୫୬୪୫୬.୯୨୩ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୪କୋଟି ୦୯ ଲକ୍ଷ ୨୬ ହଜାର ୮୩୪ ଟଙ୍କା ।
Sambad is now on WhatsApp
Join and get latest news updates delivered to you via WhatsApp
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୫୧ ଲକ୍ଷ ୧୩ ହଜାର ୮୭୦ଟି ପୋଷ୍ଟର, ହୋଡିଂ ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୩ ଲକ୍ଷ ୮୯ ହଜାର ୭୯୮ ହୋଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।
ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ୍ ନଂ ୦୬୭୪-୨୩୯୫୦୧୫କୁ ଆଜି ସୁଦ୍ଧା ୧୨୩୯ଟି କଲ୍ ଏବଂ ଭୋଟର ହେଲ୍ପଲାଇନ୍ ନମ୍ବର ୧୯୫୦କୁ ୧୭ ହଜାର ୦୮୨ଟି କଲ୍ ମିଳିଥିବା ବେଳେ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପ ସହ ସୂଚନା ପ୍ରଦାନ କରାଯାଇଛି।