ରାଇରଙ୍ଗପୁରରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ: ଅନ୍ୟ ଦଳର ଶତାଧିକ କର୍ମୀ ଧରିଲେ ଶଙ୍ଖ Latestଜିଲ୍ଲାମୟୂରଭଞ୍ଜ By Sambad Digital Last updated May 5, 2024 ସେୟାର ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶହ ଶହ ସଂଖ୍ୟାରେ ଅନ୍ୟ ଦଳ ଅର୍ଥାତ୍ ଭାରତୀୟ ଜନତା ପାର୍ଟି ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଲୋକେ ଉପଖଣ୍ଡର ବିଭିନ୍ନ ବ୍ଲକ ତଥା ରାଇରଙ୍ଗପୁର ମ୍ୟୁନିସିପାଲିଟିର ନେତା ଓ କର୍ମୀ ମାନେ ଯୋଗଦେଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଲୋକସଭା ପାର୍ଥୀ ସୁଦାମ ମାର୍ଣ୍ଡି, ରାଇରଙ୍ଗପୁର ବିଧାନସଭା ପାର୍ଥୀ ରାଇସେନ ମୁର୍ମୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୂରୀ, ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। Sambad is now on WhatsApp Join and get latest news updates delivered to you via WhatsApp Join Now ସଭାରେ ବରିଷ୍ଠ ନେତା ଇସାନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବସା, ଦୀପ୍ତିମାନ ବଳ, ରତିକାନ୍ତ ପରୀକ୍ଷା, ଜ୍ଞାନରଂଜନ ହେମ୍ବ୍ରମ, ହରେକୃଷ୍ଣ ମଣ୍ଡଳ, ସୂର୍ଯ୍ୟମଣି ହାଁସଦାଃ, ବହଦେବ ହେମ୍ବ୍ରମ, ପରେଶ ଚନ୍ଦ୍ର ମୁଣ୍ଡା, ଜନତା ବସା, ଜଗଦୀଶ କ୍ଷେତ୍ରୀ, ବିଜୟନନ୍ଦ ମିଶ୍ର, ପ୍ରଭାତ କୁମାର ବାରିକ, ମନୋଜ କୁମାର ବସା, ସଚ୍ଚିଦାନନ୍ଦ ମହାନ୍ତ, ସୁବାଷ ମଣ୍ଡଳ, ସ୍ଥଳପଦ୍ମ ହାଁସଦାଃ, ପଞ୍ଚୁ ଲୋହାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ସଭାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ସଭାପତି, ଉପସଭାପତି, ଜିଲ୍ଲାପରିଷଦର ସଭ୍ୟସଭ୍ୟା ତଥା ସୟଂସହାୟକ ଗୋଷ୍ଠୀର ମହିଳାମାନେ ବହୁ ସଖ୍ୟାରେ ଯୋଗ ଦେଇଥିଲେ। ଏହି ସଭାରେ ବହୁ କର୍ମୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ବୋଲି ମତବ୍ୟକ୍ତ କରିଥିଲେ।