ରାଜକୋଟ: ଗୁଜୁରାଟର ରାଜକୋଟରେ ଥିବା ଗେମିଂ ଜୋନରେ ଲାଗିଲା ନିଆଁ। ଚାଲିଗଲା ୪ଜଣଙ୍କର ଜୀବନ। ଏହି ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିବା ବେଳେ ରାଜକୋଟ ପୁଲିସ କମିଶନର ଅଗ୍ନିକାଣ୍ଡର କାରଣ ଖୋଜୁଥିବା କହିଛନ୍ତି। ଏହି ଘଟଣା ପରେ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ଏକ ବାର୍ତ୍ତା ଜାରି କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ପୂରା ଗେମିଂ ଜୋନ ଜଳି ଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଥିବା ବେଳେ ହଠାତ୍ ଏଭଳି ନିଆଁ କିଭଳି ଲାଗିଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି। ଅନ୍ୟପକ୍ଷରେ ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
રાજકોટમાં ગેમ ઝોનમાં સર્જાયેલી આગની દુર્ઘટનામાં તત્કાલ બચાવ અને રાહત કામગીરી માટે મહાનગરપાલિકા અને વહીવટી તંત્રને સૂચનાઓ આપી છે. ઇજાગ્રસ્ત લોકોને તાત્કાલિક સારવાર મળે તે માટેની વ્યવસ્થાઓને અગ્રતા આપવા પણ સૂચના આપી છે.
— Bhupendra Patel (Modi Ka Parivar) (@Bhupendrapbjp) May 25, 2024
ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, “ରାଜକୋଟରେ ଥିବା ଗେମିଂ ଜୋନରେ ଘଟିଥିବା ଅଗ୍ନିକାଣ୍ଡରେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”