ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ବସିଆପଡ଼ା ବିଟ ଅନ୍ତର୍ଗତ ଡାଲଖାଇ ପଡ଼ା ନିକଟରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ତେବେ ହାତୀଟିର ମୃତ୍ୟର ପ୍ରକୃତ କାରଣ ଜଣାପଡ଼ିନାହିଁ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ହାତୀଟି ଦୀର୍ଘ ଦିନ ଧରି ଏକୁଟିଆ ରହୁଥିଲା। ସେ ଖାଦ୍ୟ ଅନ୍ବେଷଣରେ ଗାଁକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।