ଓଟ୍ଟାଓ୍ଵା (କାନାଡ଼ା): କାନାଡ଼ାରେ ଶନିବାର କନିଷ୍ଠ ଆଇସ୍ ହକି ଦଳକୁ ନେଇ ଯାଉଥିବା ଏକ ବସ୍ ସହିତ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। କାନାଡ଼ାର ପଶ୍ଚିମ ସକ୍ତାଚିଓ୍ଵାନ ପ୍ରଭିନ୍ସରେ ଏହି ଘଟଣା ଘଟିଛି। ବସ୍ରେ ଚାଳକଙ୍କ ସହିତ ମୋଟ ୨୮ ଜଣ ସାମିଲ ଥିଲେ। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ଣ ୫ଟାରେ ଓଟ୍ଟାଓ୍ଵାଠାରୁ ୨୮ କିଲୋମିଟର୍ ଦୂର ତିସ୍ଡେଲ୍ସ୍ଥିତ ଏକ ଗ୍ରାମୀଣ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ରେ ଯାଉଥିବା ଖେଳାଳିମାନେ ସସ୍କାଚିଓ୍ଵାନ କନିଷ୍ଠ ଆଇସ୍ ହକି ଲିଗ୍ର ପ୍ଲେ୍ ଅଫ୍ ଖେଳିବାକୁ ଯାଉଥିଲେ। ଦୁର୍ଘଟଣାରେ ଆଉ ୧୪ ଜଣ ଆହତ ହୋଇଥିବା କୁହାଯାଇଛି। ବସରେ ୨୪ ଜଣ ଖେଳାଳି ଥିବାବେଳେ ସମସ୍ତେ କାନାଡ଼ାର। ସେମାନଙ୍କ ବୟସ ୧୬ରୁ ୨୧ ବର୍ଷ ମଧ୍ୟରେ। ତେବେ କେତେ ଖେଳାଳି ଏବଂ କେତେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରାଯାଇନାହିଁ।