ଗର୍ଭବତୀ ନୁହଁନ୍ତି ବୋଲି କହିଲେ ଏହି ବଲିଉଡ଼ ନାୟିକା
ନୂଆଦିଲ୍ଲୀ : କିଛି ଦିନ ହେବ ଜଣେ ବଲିଉଡ଼ ନାୟିକା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବଲଇଉଡ଼ ନାୟିକା ଜଣଙ୍କ ହେଲେ ହଟ୍ ଅଭିନେତ୍ରୀ ଇଲିୟାନା ଡ଼ିକୁଜ୍ । ଇଲିୟାନା ଡ଼ିକୁ୍ରଜ୍ କିନ୍ତୁ ମିଡ଼ିଆ ରିପୋର୍ଟଙ୍କୁ ଏହା ମଧ୍ୟ ଗୁଜବ ବୋଲି କହିଛନ୍ତି । ସେ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ନିଜର ଏକ ବ୍ଲାକ୍ ଏଣ୍ଡ ହ୍ଵାଇଟ ଫଟୋ ସେୟାର କରିଛନ୍ତି । ସେ ଏହି ଫଟୋରେ ଶାନ୍ତ ଏବଂ ହସହସ ମୁଦ୍ରାରେ ନଜର ଆସିଛନ୍ତି । ସେଥିରେ ସେ ଏକ କ୍ୟାପସନ୍ ବି ଲେଖିଛନ୍ତି । ତାହା ହେଲା – ‘ନଟ୍ ପ୍ରେଗନେଣ୍ଟ’।
କିଛି ଦିନ ପୂର୍ବରୁ ଇଲିୟାନାଙ୍କ ସ୍ୱାମୀ ଆଣ୍ଡ୍ର୍ୟୁ ନିବୋନ୍ ଇନଷ୍ଟାଗଆମରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରୁ ହିଁ ଚର୍ଚ୍ଚା ଆରମ୍ଭ ହୋଇଥିଲା କି ବୋଧହୁଏ ଇଲିୟାନା ଡ଼ିକ୍ରୁଜ ଗର୍ଭବତୀ ଅଛନ୍ତି । ଏହି ଫଟୋର କ୍ୟାପସନ୍ ଲେଖାଥିଲା କିଛି ପ୍ରେମମୟ ମୂହୂର୍ତ୍ତ ଏକ ପ୍ରକାରର ଏକାକୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଡ଼ିସେମ୍ବରରେ ଇଲିୟାନା ଡ଼ିକ୍ୟୁଜ ତାଙ୍କର ବଏଫ୍ରେଣ୍ଡ ତଥା ପ୍ରଫେସନାଲ ଫଟୋ ଗ୍ରାଫର ଆଣ୍ଡ୍ୟୁଙ୍କୁ ବିବାହ କରିଥିଲେ । ଇଲିୟାନା ମେଁ ତେରା ହିରୋ , ବାଦ୍ସାହୋ , ବରଫି ଆଦି ଚଳଚ୍ଚିତ୍ରରେ ନଜର ଆସିବା ସହ ଅନେକ ତେଲୁଗୁ ଚଳଚ୍ଚତ୍ର ମଧ୍ୟ କରିଛନ୍ତି ।