ୟୁକୋ ବ୍ୟାଙ୍କର ମୋଟ ବ୍ୟବସାୟ ୪,୫୦,୦୦୭ କୋଟି

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ମୋଟ ବ୍ୟବସାୟ ୯.୫୦ ପ୍ରତିଶତ ବୃଦ୍ଧି ପାଇ ୪,୫୦,୦୦୭ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ମୋଟ ଅଗ୍ରିମ ୧୫.୬୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କା ହୋଇଥିବା ବେଳେ ଜମା ପରିମାଣ ୫.୫୩ ପ୍ରତିଶତ ବୃଦ୍ଧି ପାଇ ୨,୬୩,୧୩୦ କୋଟି ଟଙ୍କା ହୋଇଛି। ରିଟେଲ୍‌, କୃଷି ଓ ଏମ୍ଏସ୍‌ଏମ୍ଇ ଋଣ ୧୩.୮୮ ପ୍ରତିଶତ ବୃଦ୍ଧି ପାଇ ୯୭,୫୧୬ କୋଟି ଟଙ୍କା ହୋଇଛି। ରିଟେଲ୍‌ ଅଗ୍ରିମରେ ୧୪.୬୨ ପ୍ରତିଶତ, କୃଷିରେ ୧୩.୧୬ ପ୍ରତିଶତ ଏବଂ ଏମ୍ଏସ୍‌ଏମ୍‌ଇରେ ୧୩.୫୩ ପ୍ରତିଶତର ବୃଦ୍ଧି ଘଟିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବ୍ୟାଙ୍କର ମୋଟ ଏନ୍‌ପିଏ ୩.୪୬ ପ୍ରତିଶତ ଏବଂ ନିଟ୍ ଏନ୍‌ପିଏ ୦.୮୯ ପ୍ରତିଶତ ରହିଛି। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ୧୬.୯୮ ପ୍ରତିଶତ ରହିଛି। ଆଲୋଚ୍ୟ ଆର୍ଥିକ ବର୍ଷରେ ବ୍ୟାଙ୍କର ପରିଚାଳନା ଲାଭ ୫.୪୩ ପ୍ରତିଶତ ବୃଦ୍ଧି ପାଇ ୪୫୭୬ କୋଟି ଟଙ୍କାରେ ପହଞ୍ଚିଛି। ‌

ସମ୍ବନ୍ଧିତ ଖବର