ଗବେଷଣା: ଯୁଦ୍ଧ-ବିପର୍ଯ୍ୟୟ-କ୍ଷୁଧା ଅପେକ୍ଷା ପ୍ରଦୂଷଣ ଜନିତ ମୃତ୍ୟୁ ଅଧିକ
୨୦୧୫ରେ ୨.୫ମିଲିୟନ ଭାରତୀୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଯୁଦ୍ଧ ଓ ହିଂସା ଅପେକ୍ଷା ପ୍ରଦୂଷଣ ଯୋଗୁଁ ଅଧିକ ସଂଖ୍ୟାରେ ଲୋକଙ୍କର ପ୍ରାଣହାନୀ ଘଟୁଛି। ଏଡସ୍, ଯକ୍ଷ୍ମା ଓ ମ୍ୟାଲେରିଆ ଠାରୁ ମଧ୍ୟ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଛି। ସେହିଭଳି ପ୍ରାକୃତିକ ବିପର୍ଯ୍ୟୟ ଓ କ୍ଷୁଧା (ଭୋକ) ତୁଳନାରେ ଅଧିକାଂଶ ଲୋକ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତି ୬ ପ୍ରିମେଚରରେ ଜଣେ ଲୋକଙ୍କର ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହେଉଛି। ପ୍ରଦୂଷଣ ଯୋଗୁଁ ପୂରା ବିଶ୍ୱରେ ୨୦୧୫ରେ ୯ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଛି। ‘ଦ ଲେନସେଟ ମେଡିକାଲ’ ଜର୍ଣ୍ଣାଲରେ ପ୍ରଦୂଷଣ ଜନିତ ରିପୋର୍ଟରେ ପ୍ରକାଶ ପାଇଛି ଯେ, ପ୍ରଦୂଷଣ ଯୋଗୁଁ ବାର୍ଷିକ ୪.୬ଟ୍ରିଲିୟନ ଡଲାର ବିଶ୍ୱ ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି।
୨୦୧୫ରେ ପ୍ରଦୂଷଣ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ନିଆଁ ଓ ପରିବହନ ଯୋଗୁଁ ପ୍ରତିଟି ସ୍ଥାନର ବାୟୁ ପ୍ରଦୂଷଣ ହେଉଛି। ସେହିଭଳି ଜଳ ଓ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ମଧ୍ୟ ୧.୮ ମିିଲିୟନ ଲୋକଙ୍କର ମୃତ୍ୟୁ ହେଉଛି। ଭାରତରେ ୨୫ ଲକ୍ଷ ଓ ଚୀନରେ ୧.୮ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଛି। ବାଂଲାଦେଶ, ପାକିସ୍ତାନ, ଉତ୍ତରକୋରିଆ, ଦକ୍ଷିଣ କୋରିଆ ଓ ହାଇତିରେ ଦ୍ରୁତ ଗତିରେ ପ୍ରଦୂଷଣ ବଢୁଛି। ସେହିଭଳି ଆଫ୍ରିକାର ସାହାରା ମଧ୍ୟ ପ୍ରଦୂଷଣର ମାତ୍ରା ବଢ଼ିଛି।
ନ୍ୟୁୟର୍କର ମାଉଣ୍ଟ ସିନାଇସ୍ଥିତ ଇଞ୍ଛାନ ସ୍କୁଲ ଅଫ୍ ମେଡିସିନର ଡିନ୍ ତଥା ବିଷୟବସ୍ତୁର ଲେଖକ ଫିଲିପ୍ ଲ୍ୟାଣ୍ଡରିଂଙ୍କ ମତରେ ପ୍ରଦୂଷଣ ଉପରେ ଅନେକ ଅଧ୍ୟୟନ ହେଉଛି, କିନ୍ତୁ ପରିବେଶ ଉପରେ ଏହାର କୌଣସି ପ୍ରଭାବ ପଡୁ ନାହିଁ। ରିପୋର୍ଟରେ ପ୍ରଦୂଷଣ ସହିତ ରୋଗ ଜନିତ ମୃତ୍ୟୁକୁ ଯୋଡ଼ା ଯାଇଛି। ସେ କହିଛନ୍ତି, ବର୍ତମାନ ପାଇଁ ପ୍ରଦୂଷଣ ଏକ ବିରାଟ ସମସ୍ୟା ଭାବରେ ଉଭା ହୋଇଛି। ଲୋକ ଏହାକୁ ଦେଖି ପାରୁ ନାହାନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ୨୦୧୫ରେ ପ୍ରଦୂଷଣ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ନିଆଁ ଓ ପରିବହନ ଯୋଗୁଁ ପ୍ରତିଟି ସ୍ଥାନର ବାୟୁ ପ୍ରଦୂଷଣ ହେଉଛି। ସେହିଭଳି ଜଳ ଓ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ମଧ୍ୟ ୧.୮ ମିିଲିୟନ ଲୋକଙ୍କର ମୃତ୍ୟୁ ହେଉଛି। ଭାରତରେ ୨.୫ ମିଲିୟନ ଓ ଚୀନରେ ୧.୮ ଲୋକଙ୍କର ମୃତ୍ୟୁ ଘଟିଛି। ବାଂଲାଦେଶ, ପାକିସ୍ତାନ, ଉତ୍ତରକୋରିଆ, ଦକ୍ଷିଣ କୋରିଆ ଓ ହାଇତିରେ ଦ୍ରୁତ ଗତିରେ ପ୍ରଦୂଷଣ ବଢୁଛି। ସେହିଭଳି ଆଫ୍ରିକାର ସାହାରା ମଧ୍ୟ ପ୍ରଦୂଷଣର ମାତ୍ରା ବଢ଼ିଛି।