କାଷ୍ଟିଂ କାଉଚ୍କୁ ନେଇ ହାସ୍ୟାଭିନେତା କ୍ରିଷ୍ଣାଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନେ ନିଜେ ଏହି କାଣ୍ଡ ଆରମ୍ଭ କରି ଅନ୍ୟ ଉପରେ ଆରୋପ ଲଗାନ୍ତି
ମୁମ୍ବାଇ: କାଷ୍ଟିଂ କାଉଚ୍କୁ ନେଇ ଅଧିକାଂଶ ସମୟରେ ବହୁ ବଲିଉଡ୍ ଅଭିନେତ୍ରୀ ନିଜର ମତ ରଖିଥିବା ବେଳେ ନିକଟରେ ଏହି ବିବାଦୀୟ ବିଷୟକୁ ନେଇ ମତ ରଖିଛନ୍ତି ଜଣେ ଅଭିନେତା। ଅଭିନେତ୍ରୀମାନେ ଏ ସଂପର୍କରେ ନିଜର ଅନୁଭବ ଓ ଅନୁଭୂତିକୁ ଗଣମାଧ୍ୟମରେ ପ୍ରକାଶ କରିଥିବା ବେଳେ ହାସ୍ୟାଭିନେତା କ୍ରିଷ୍ଣା କାଷ୍ଟିଂ କାଉଚ୍ ସଂପର୍କରେ ନିଜର ମତ ରଖି ବିବାଦ ପରିସରଭୁକ୍ତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ଖବର ଅନୁସାରେ, ବଲିଉଡର ଏହି ଜଣାଶୁଣା କମେଡିଆନ୍ କ୍ରିଷ୍ଣା ଜଣେ ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ‘ବଲିଉଡ୍ରେ ହେଉଥିବା କାଷ୍ଟିଂ କାଉଚ୍ ପାଇଁ ସଂପୂର୍ଣ୍ଣ ଭାବେ ଝିଅମାନେ ହିଁ ଦାୟୀ। ବଲିଉଡ୍ ଅପେକ୍ଷା କାଷ୍ଟିଂ କାଉଚ୍ ଅଧିକ ପରିମାଣରେ କର୍ପୋରେଟ୍ ସେକ୍ଟରେ ଘଟୁଛି।’ ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ବଲିଉଡ୍ରେ ଏତେଟା କାଷ୍ଟିଂ କାଉଚ୍ ହୁଏ ନାହିଁ। ବରଂ ଏହା ହେଉଛି ଏକ ବ୍ଲାକ୍ ମେଲିଙ୍ଗ୍ ମାମଲା। ଝିଅମାନେ ନିଜେ ହିଁ ନିଜ ପକ୍ଷରୁ ଏପରି କାଣ୍ଡର ଆରମ୍ଭ କରି ପରେ ଅନ୍ୟ ଉପରେ ଆରୋପ ଲଗାଇଥାନ୍ତି।’