ନୂଆଦିଲ୍ଲୀ: ଫେସବୁକ୍ ସବୁଦିନ ପାଇଁ ମାଗଣା ରହିଛି ବୋଲି ମାର୍କ ଜୁକରବର୍ଗ ନିକଟରେ କହିଥିଲେ। ଏତଦ୍ବ୍ୟତୀତ ଏକ ପେଡ୍ ଭର୍ସନ୍ ଆସିବାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା। ଏକ ରିପୋର୍ଟ ଦାବି କରିଛି କି ଖୁବ୍ ଶୀଘ୍ର ଫେସ୍ବୁକ୍ ପେଡ୍ ଭର୍ସନ୍ ଲଞ୍ଚ କରିବ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବିକ, ଫେସ୍ବୁକ୍ ଏକ ସବସ୍କ୍ରିପସନ୍ ବେସଡ୍ ମଡେଲ ପାଇଁ ରିସର୍ଚ୍ଚ କରୁଛନ୍ତି। ଏଥିରୁ ଜଣାପଡ଼ିବ କି ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ଡାଟା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି କି ନାହିଁ। ଫେସ୍ବୁକ ପ୍ରବକ୍ତା ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ଗତ କିଛି ଦିନ ତଳେ ଫେସ୍ବୁକ୍ ସବସ୍କ୍ରିପସନ୍ ବେସଡ୍ ମଡେଲକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା, ଯେଉଁଥିରେ ବ୍ୟବହାରକାରୀ ଟଙ୍କା ଦେଇ ନିଜର ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ସୁନିଶ୍ଚିତ କରିପାରିବେ। ବର୍ତ୍ତମାନ ଫେସବୁକ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ମାଗଣା ରିହିଛି, କିନ୍ତୁ କମ୍ପାନି ବ୍ୟବହାରକାରୀଙ୍କ ଡାଟା ସଂଗ୍ରହ କରିଥାଏ। ଏହି ଡାଟାକୁ ବିଜ୍ଞାପନଦାତା ନିଜର ଟାର୍ଗେଟ ବ୍ୟବହାରକାରୀଙ୍କ ପାଖକୁ ବିଜ୍ଞାପନ ପଠାଇ ଥାଆନ୍ତି।