୮.୬୪ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ଦେଖି ଆତ୍ମହତ୍ୟା କଲେ ପରିବା ବିକାଳି; ପରେ ଜଣାପଡ଼ିଲା ଏହା ଥିଲା ତ୍ରୁଟିଯୁକ୍ତ
ମୁମ୍ବାଇ: ମହାରାଷ୍ଟ୍ରର ଭାରତନଗର ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ପରିବା ବିକାଳିଙ୍କୁ ଏପ୍ରିଲ ମାସ ଶେଷରେ ୮.୬୪ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିବାରୁ ଉପାୟ ଶୂନ୍ୟ ହୋଇ ଶେଷକୁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଛନ୍ତି । ପରେ ବିଲ୍ଟି ଭୁଲ ଥିବାର ଜଣାପଡ଼ିଥିଲା କିନ୍ତୁ ସେତିକି ବେଳକୁ ବହୁ ଡ଼େରି ହୋଇ ଯାଇଥିଲା ।
ଘଟଣା ମୁତାବକ , ଭରତନଗର ଅଞ୍ଚଳରେ ରହୁଥିବା ୩୬ ବର୍ଷିୟ ଜଗନ୍ନାଥ ନେହେଜି ଶେଖ ଗୁରୁବାର ଦିନ ନିରୁପାୟ ହୋଇ ନିଜକୁ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କାରଣ ତାଙ୍କର ଗତ ମାସର ବିଦ୍ୟୁତ୍ ବିଲ ଭୁଲ ବଶତଃ ୮.୬୪ଲକ୍ଷ ଆସିଯାଇଥିଲା । ଏଥିପାଇଁ ବାରମ୍ବାର ମହାରାଷ୍ଟ୍ର ଷ୍ଟେଟ ଇଲେଷ୍ଟ୍ରିସିଟି ଡ଼ିସଟ୍ରିବ୍ୟୁସନ୍ କମ୍ପାନୀ(ଏମଏସଇଡ଼ିସିଏଲ)କୁ ଦୌଡ଼ିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସହାୟତା ମିଳିନଥିଲା । ଶେଖଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ବିଦ୍ୟୁତ୍ କାର୍ଯ୍ୟାଳୟ ଯାଇ ଅନୁରୋଧ କରିବା ପରେ ସଂପୂର୍ଣ୍ଣ ଘଟଣା ସମ୍ନାକୁ ଆସିଥିଲା। ପ୍ରକୃତରେ କୌଣସି ଯାନ୍ତ୍ରିକ ତୃଟି ଯୋଗୁଁ ତାଙ୍କର ୬,୧୧୭ ୟୁନିଟ ସ୍ଥାନରେ ୬୧,୧୭୮ ୟୁନିଟ ବିଦ୍ୟୁତ୍ ହୋଇଯାଇଥିଲା । ଯାହା ଫଳରେ ୨,୮୦୩ ଟଙ୍କା ବିଲ୍ ସ୍ଥାନରେ ୮.୬୪ଲକ୍ଷ ଟଙ୍କା ବିଲ୍ ଆସିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ବିଦ୍ୟୁତ୍ ବଣ୍ଟନ କମ୍ପାନି ବିରୋଧରେ ପୁନ୍ଧିଲିକ୍ନଗର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଏହା ସହ ଘଟଣା ସ୍ଥଳରେ ଏକ ଆତ୍ମହତ୍ୟା ଚିଠି ଠାବ କରାଯାଇଥିଲା । ଯେଉଁଥିରେ ଲେଖା ହୋଇଥିଲା, ଅତ୍ୟଧିକ ମାତ୍ରାର ବିଦ୍ୟୁତ୍ ବିଲ୍ ପାଇଁ ସେ ଏହିପରି ନିର୍ଣ୍ଣୟ ନେଇଛନ୍ତି । ପ୍ରତ୍ୟେକ ମାସରେ ୧୦୦୦ ଟଙ୍କା ବିଲ୍ ଦେଉଥିବା ବ୍ୟକ୍ତିର ଏପରି ବିଲ୍ ଆସିବା ଅସମ୍ଭବ କଥା ।