ଷ୍ଟକ ବଜାରରେ ଫେରୁଛି ହର୍ଷଦ ମେହେଟ୍ଟା ଯୁଗ ! ଷ୍ଟକ ମୂଲ୍ୟରେ ହେରଫେର କରାଯାଉଥିବା ଅଭିଯୋଗ ଆଣିଲେ ଶିଳ୍ପପତି ହର୍ଷ ଗୋଏଙ୍କା

ମୁମ୍ବାଇ: ପ୍ରସିଦ୍ଧ ଶିଳ୍ପପତି ତଥା ଆରପିଜି ଗ୍ରୁପର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ଗୋଏଙ୍କା ସୋସିଆଲ ମିଡିଆରେ ନିଜର ଖୋଲାକଥା ପାଇଁ ଜଣାଶୁଣା । ହର୍ଷ ଗୋଏଙ୍କା ଏବେ ଷ୍ଟକ ବଜାରରେ ସେୟାର ମୂଲ୍ୟରେ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ସେ ଏହାକୁ ହର୍ଷଦ ମେହେଟ୍ଟା ଏବଂ କେତନ ପାରିଖ ଯୁଗର ପ୍ରତ୍ୟାବର୍ତ୍ତନ ବୋଲି ସେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କୋଲକାତାରେ ଷ୍ଟକ ମୂଲ୍ୟକୁ ନେଇ ଏକ ଖେଳ ଖେଳାଯାଉଛି । ଏଥିରେ କଂପାନିର ପ୍ରମୋଟର ଓ ଷ୍ଟକ ବ୍ରୋକର ସାମିଲ ଅଛନ୍ତି। ହର୍ଷ ଗୋଏଙ୍କା ମଧ୍ୟ ଏ ନେଇ ଅର୍ଥ ମନ୍ତ୍ରଣାଳୟକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ହର୍ଷ ଗୋଏଙ୍କା ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଟୁଇଟ୍ କରି ଲେଖିଛନ୍ତି ଯେ ଆଜିକାଲି ଷ୍ଟକ ବଜାରରେ ଜବରଦସ୍ତ ବୃଦ୍ଧି ଘଟୁଛି। ଏହାର ଫାଇଦା ଉଠାଇବା ପାଇଁ ହର୍ଷଦ ମେହେଟ୍ଟା ଓ କେତନ ପାରେଖଙ୍କ ଭଳି କିଛି ଲୋକ କାମ କରୁଛନ୍ତି। ଏହି ରାକେଟ୍ ମୁଖ୍ୟତଃ କୋଲକାତାରୁ କାର୍ଯ୍ୟ କରୁଛି। କଂପାନିର ପ୍ରମୋଟରମାନେ ପ୍ରଫିଟ୍ ଏଣ୍ଟ୍ରି ମାଧ୍ୟମରେ ସେମାନଙ୍କ ଲାଭ ବୃଦ୍ଧି କରୁଛନ୍ତି। ଗୁଜରାଟୀ ଏବଂ ମାରୱାଡି ବ୍ରୋକରମାନେ ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି । ଏହି ଦଲାଲମାନେ ଷ୍ଟକ ମୂଲ୍ୟକୁ ଅବାସ୍ତବ ଉଚ୍ଚରେ ପହଞ୍ଚାଇବାର ଖେଳ ଖେଳୁଛନ୍ତି।

ସମ୍ବନ୍ଧିତ ଖବର