ମୃତ୍ୟୁ ଏମିତି ବି ଆସେ ! ପରିବାର ଲୋକଙ୍କ ସାମ୍ନାରେ ଭାସିଗଲେ ବୈଜ୍ଞାନିକ ପୁଅ: ଭିଡିଓରେ ଦେଖନ୍ତୁ ମୃତ୍ୟୁର ସିଧାସଳଖ ଦୃଶ୍ୟ
ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା ସମସ୍ତଙ୍କୁ ଅଗୋଚର। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭଇରାଲ ହୋଇଛି। ଏହି ଭିଡିଓରେ ପରିବାର ଲୋକଙ୍କ ସହିତ ବୈଜ୍ଞାନିକ ପୁଅ ପିକନିକ୍ କରିବାକୁ ଯାଇଥିଲେ। ଯେଉଁଠାରେ ପାଣିର ସ୍ରୋତ ଏତେ କ୍ଷୀପ୍ର ଥିଲା ଯେ କେହି କିଛି ବୁଝିବା ପୂର୍ବରୁ ବୈଜ୍ଞାନିକ ଜଣକ ପାଣି ସ୍ରୋତରେ ଭାସି ଯାଉଥିବା ଦେଖିବାକୁ ମିଳୁଛି। ଏହି ମାମଲାଟି ମହୀଶୂରର ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମହୀଶୂରରରେ କାମ କରୁଥିବା ଜଣେ ବୈଜ୍ଞାନିକ ତାଙ୍କ ପରିବାର ଲୋକଙ୍କ ସହିତ ଚୁନ୍ଚୁନାକଟ୍ଟେ ଫଲ୍ସକୁ ପିକ୍ନିକ୍ କରିବାକୁ ଯାଇଥିଲେ। ସେଠାରେ ପାଣିର ସ୍ତର ହଠାତ୍ ବଢ଼ି ଯାଇଥିଲା ଓ ବୈଜ୍ଞାନିକ ପାଣି ଭିତରେ ଧୀରେ ଧୀରେ ଫଶି ଯାଇଥିଲେ। ଉଦ୍ୟମ କରି ମଧ୍ୟ ବାହାରି ପାରି ନଥିଲେ। ପରିବାର ଲୋକ ତାଙ୍କୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ଅସଫଳ ରହିଥିଲେ। ଦେଖୁ ଦେଖୁ ପାଣି ଭିତରେ ଉଭେଇ ଯାଇଥିଲା ପୁଅ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭଇରାଲ ହେବା ସହିତ ଅନେକ ସେୟାର ମଧ୍ୟ କରାଯାଉଛି। ଯେଉଁଥିରେ ପରିବାର ସାମ୍ନାରେ ବୈଜ୍ଞାନିକ ପାଣି ସ୍ରୋତରେ ଭାସି ଯାଉଥିବା ଦେଖିବାକୁ ମିଳୁଛି।
ଭିଡିଓ .ସୌଜନ୍ୟ : ଇନାଡୁ ଇଣ୍ଡିଅା