ବଜାରକୁ ଗଲେ ଆପଣ କେଉଁ କେଉଁ ଜିନିଷ କିଣିବାକୁ ପସନ୍ଦ କରନ୍ତି ପ୍ରଶ୍ନ କଲେ ଆପଣ ଘରୋଇ ସାମଗ୍ରୀଠାରୁ ଆରମ୍ଭ କରି ପ୍ରସାଧନ ସାମଗ୍ରୀର ତାଲିକା ଆମକୁ ଦେଖାଇବେ। କିନ୍ତୁ ବଜାରରୁ ପତ୍ନୀ,ବାପାମାଆ ଭଳି ଅମୂଲ୍ୟ ସମ୍ପଦ ଭଡ଼ାରେ ମିଳୁଥିବା କଥା ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଖବର ଆମ ପାଖରେ ରହିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ହତବାକ୍ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଜାପାନରେ ରହିଛି ଏଭଳି ଏକ ମାର୍କେଟ୍ ଯେଉଁଠି ଭଡାରେ ବନ୍ଧୁ,ସ୍ତ୍ରୀ,ବାପାମାଆ ସମସ୍ତେ ମିଳିଥାନ୍ତି। ଏକାନ୍ତରେ ଥିବାବେଳେ ଯଦି ଆପଣଙ୍କୁ ସମୟ କାଟିବା ପାଇଁ ଜଣେ ବନ୍ଧୁଙ୍କ ଆବଶ୍ୟକ ତେବେ ଏହି ମାର୍କେଟରେ ଆପଣଙ୍କୁ ସୁହାଉଥିବା ଭଳି ଜଣେ ବନ୍ଧୁ ଭଡ଼ାରେ ମିଳିଯିବେ। ଯାହାଙ୍କ ସହ ଆପଣ ପାର୍ଟି କରିବା ସହ ବିଭିନ୍ନ ସ୍ଥାନକୁ ଯାଇ ମଜା କରିପାରିବେ। ଏଠାରେ ଆପଣଙ୍କୁ ଗାର୍ଲଫ୍ରେଣ୍ଡ ବି ମିଳିଯିବେ। ଯେଉଁମାନେ ଜୀବନରେ ଏକୁଟିଆ ଅଛନ୍ତି ଏବଂ କିଛି ସମୟ ପାଇଁ ଜଣେ ବାନ୍ଧବୀଙ୍କ ସ୍ପର୍ଶ ପାଇବାକୁ ଚାହାନ୍ତି ତେବେ ଏହି ମାର୍କେଟ୍ ଆପଣଙ୍କୁ ଭଡାରେ ମନଲାଖି ବାନ୍ଧବୀ ଦେବାରେ ସାହାର୍ଯ୍ୟ କରିବ।
ପିଲାମାନଙ୍କୁ ଛୁଟି ଦିନରେ ହୋମୱାର୍କ କରିବାର ବହୁତ ଟେନସନ୍ ଥାଏ। ଏହି ମାର୍କେଟରେ ଏହି ସମସ୍ୟାର ମଧ୍ୟ ସମାଧାନ ହୋଇଯାଏ। ହୋମୱାର୍କ କରିବା ପାଇଁ ଏଠାରେ ଅପରେଟର ମାନେ ରହିଥାନ୍ତି। ଏଠାରେ ବିବାହରେ କମ୍ ଅତିଥି ଥିଲେ ମଧ୍ୟ ଅତିଥିଙ୍କ ବନ୍ଦୋବସ୍ତ ପାଇଁ ଭଡ଼ାରେ ଲୋକ ମିଳିଯାନ୍ତି। ଯଦି ଆପଣ ବିଦେଶୀ ଲୋକଙ୍କ ସହ ସମୟ ବିତାଇବା ପାଇଁ ଚାହୁଁଛନ୍ତି ତେବେ ଏଠାରେ ଏହାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଏତିକି ନୁହଁ ଏଠାରେ ଶଯ୍ୟାସୁଖ ପାଇଁ ପତ୍ନୀ ଏବଂ ଛୁଆର ସେବାଯତ୍ନ ପାଇଁ ଭଡ଼ାରେ ବାପାମାଆ ମଧ୍ୟ ମିଳିଯାନ୍ତି।