ରିତ୍ୱିକ୍‌ ରୋଶନ୍‌ ମନାଇଲେ ଏକ୍ସ ଓ୍ଵାଇଫ୍‌ ସୁଜୈନଙ୍କ ଜନ୍ମଦିନ ଉତ୍ସବ!

ବଲିଉଡ଼୍‍ର ମୋଷ୍ଟ୍‍ ହ୍ୟାଣ୍ଡ୍‌ସମ୍‌ ଆକ୍ଟର୍‌ ତଥା ଡ୍ୟାନ୍‌ସ ମାଷ୍ଟର୍‌ ରିତ୍ୱିକ୍‌ ରୋଶନ୍‌ ଏବଂ ତାଙ୍କର ଏକ୍ସ ପତ୍ନୀ ସୁଜୈନ୍‌ ଖାନ୍‌ଙ୍କର ଛାଡ଼ପତ୍ର ହୋଇଯାଇଥିଲେ ହେଁ ଏହି ଦୁଇ କପୁଲ୍‌ଙ୍କୁ ଏବେ ପ୍ରାୟତଃ ଏକାସଥିରେ ଦେଖିବାକୁ ମିଳୁଛି। ସେ, କୌଣସି ପାର୍ଟି ଫଙ୍କ୍‌ସନ୍‌
ହେଉ କିମ୍ବା ପିଲାମାନଙ୍କ ସହିତ ଛୁଟି ବିତାଇବା ହେଇଥାଉ! ତେବେ ଏହି ନିକଟରେ ଏହି ଦୁଇ ଯୋଡ଼ିଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିଥିଲା। ଯେଉଁଠାରେ କି ସେମାନେ ନିଜର ଦୁଇ ପୁଅଙ୍କ ସହିତ ଗୋଆକୁ ଛୁଟି କାଟିବାକୁ ଯାଇଥିଲେ।

ହେଲେ ଏବେ ପୁଣିଥରେ ମଧ୍ୟ ରିତ୍ୱିକ୍‌-ସୁଜୈନ୍‌ ଯୋଡ଼ିଙ୍କୁ ଏକାସାଥିରେ ଦେଖିବାକୁ ମିଳିଛି। ହେଲେ ଏଥର ଏମାନଙ୍କୁ କୌଣସି ଟୁର୍‌ରେ ଛୁଟି କଟାଉଥିବାର ଦେଖିବାକୁ ମିଳିନାହିଁ ବରଂ ପତ୍ନୀ ସୁଜୈନ୍‌ଙ୍କ ବାର୍ଥ ଡ଼େ ପାର୍ଟିରେ ଦେଖିବାକୁ ମିଳିଛି। କଥା କ’ଣ କି ଅକ୍ଟୋବର ୨୬ ତାରିଖରେ ସୁଜୈନ୍‌ଙ୍କର ଜନ୍ମଦିନ ଥିବାରୁ ସେ ତାଙ୍କର ୩୯ତମ ଜନ୍ମଦିନ ଉତ୍ସବକୁ ସେଲିବ୍ରେଟ୍‌ କରିଥିଲେ।

ଯେଉଁଠାକୁ କି ସୁଜୈନ୍‌ ତାଙ୍କ ଭାଇ ତଥା ଆକ୍ଟର ଜାୟେଦ୍‌ ଖାନ୍‌ଙ୍କ ସହିତ ହାତକୁ ହାତ ଛନ୍ଦିକରି ଆସିଥିଲେ। ହେଲେ ପତି ରିତ୍ୱିକ୍‌ କିନ୍ତୁ ପତ୍ନୀ ସୁଜୈନ୍‌ଙ୍କ ଜନ୍ମଦିନକୁ ସ୍ମରଣୀୟ କରିବାକୁ ଯାଇ ଏହି ପାର୍ଟିରେ ପୂର୍ବରୁ ହିଁ ଉପସ୍ଥିତ ରହିଥିଲେ। ତେବେ ଆପଣଙ୍କ ସୂଚନା ପାଇଁ ଜଣାଉଅଛୁ କି ଏହି ଦୁଇ ଯୋଡ଼ି ବିବାହର ବହୁ ବର୍ଷ ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲେ ବି ବହୁତ କିଛି ଅକେଜନ୍‌ରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଛି ଏବଂ ଏମାନେ ଜଣେ ଅନ୍ୟଜଣଙ୍କୁ ମଧ୍ୟ ସାଥ୍‌ ଦେଉଛନ୍ତି। ଏଥିସହିତ ଏହି ମଉକାରେ ରିତ୍ୱିକ୍‌ଙ୍କ ଖାସ୍‌ ବନ୍ଧୁ ମହେଶୂର୍‌ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର୍‌ ମଧ୍ୟ ସୁଜୈନ୍‌ ଖାନ୍‌ଙ୍କ ଜନ୍ମଦିନକୁ ସେଲିବ୍ରେଟ୍‌ କରିବାକୁ ଏହି ପାର୍ଟରେ ପହଞ୍ଚ ଥିଲେ। ଏହାବ୍ୟତୀତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ ତାଙ୍କ ପତି ଗୋଲ୍ଡି ବହଲ୍‌ ସହିତ ଏବଂ କୁନାଲ୍‌ କପୁର୍‌ ମଧ୍ୟ ପତ୍ନୀ ନୈନା ବଚ୍ଚନଙ୍କ ସହିତ ଏହି ପାର୍ଟିକୁ ଆସିଥିଲେ।ଯେଉଁଠାରେ କି ରିତ୍ୱିକ୍‌ଙ୍କ ଖାସ୍‌ ବନ୍ଧବୀ ଟ୍ଵିଙ୍କିଲ୍‌ ଖାନ୍ନା
ମଧ୍ୟ ପୂର୍ବରୁ ହିଁ ଏହି ପାର୍ଟିରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର