ମୁମ୍ବାଇ : ବଲିଉଡ ଅଭିନେତା ଇରଫାନ୍ ଖାନ୍ ସମ୍ପ୍ରତି ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ସେ ଦୀର୍ଘଦିନ ଧରି ନ୍ୟୁରୋଏଣ୍ଡୋକ୍ରାଇନ୍ କର୍କଟ ରୋଗରେ ପୀଡ଼ିତ ଅଛନ୍ତି ଓ ତା’ର ଚିକିତ୍ସା ପାଇଁ ଇରଫାନ୍ ଲଣ୍ଡନରେ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇରଫାନ୍ ଖାନ୍ ଖୁବ୍ ଶୀଘ୍ର ଏକ ହିନ୍ଦୀ ସିନେମା ‘କାରବାଁ’ରେ ନଜର ଆସିବେ। ଇରଫାନ୍ ରୋଗରେ ପୀଡ଼ିତ ଥିବା ଖବର ପାଇ ବଲିଉଡର ଛୋଟ, ବଡ଼ ସବୁ କଳାକାର ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସମସ୍ତେ ଆଶାବାଦୀ ଯେ, ସେମାନଙ୍କର ପ୍ରିୟ ଅଭିନେତା ଇରଫାନ୍ ଖାନ୍ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିବେ।
ଏଭଳି ପରିସ୍ଥିତିରେ ବଲିଉଡର ବାଦଶାହା ଶାହରୁଖ୍ ଖାନ୍ ବି ଇରଫାନଙ୍କ ଲାଗି ସହାୟତାର ହାତ ବଢ଼ାଇଛନ୍ତି। ଇରଫାନ୍ଙ୍କ ପତ୍ନୀ ସୁତାପା ଶାହାରୁଖ୍ଙ୍କୁ ଫୋନ୍ କରି କହିଥିଲେ ଯେ ଇରଫାନ୍ ତାଙ୍କୁ ଭେଟିବାକୁ ଚାହାଁନ୍ତି।
ସୁତାପା ଶାହରୁଖ୍ଙ୍କୁ ତାଙ୍କର ମୁମ୍ବାଇ ବାସଭବନରେ ଭେଟିଥିଲେ। ଶାହାରୁଖ୍ ସେହି ସମୟରେ ଇରଫାନ୍ଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ମେହବୁବ୍ ଷ୍ଟୁଡ଼ିଓରେ ସୁଟିଂ କରୁଥିଲେ। ଶାହରୁଖ୍ ତାଙ୍କୁ ଯାଇ ଭେଟିଥିଲେ। ଦୁଇ କଳାକାର ପ୍ରାୟ ଦୁଇଘଣ୍ଟା ଧରି ସମୟ ବିତାଇଥିଲେ।
ସେହି ସମୟରେ ଶାହରୁଖ୍ ଖାନ୍ ଇରଫାନ୍ ଖାନ୍ଙ୍କର ମନୋବଳ ବୃଦ୍ଧି କରିଥିଲେ। ଖାଲି ସେତିକି ନୁହେଁ ଶାହାରୁଖ୍ ଇରଫାନଙ୍କୁ ନିଜର ଲଣ୍ଡନରେ ଥିବା ଘରର ଚାବିକାଠି ମଧ୍ୟ ଦେଇଥିଲେ। ଇରଫାନ୍ ପ୍ରଥମେ ମନା କରୁଥିଲେ, ହେଲେ ପରେ ରାଜି ହୋଇଥିଲେ।