କୋଚି: ପ୍ରେମ ବ୍ୟାପାର କାରଣରୁ ଜଣେ ୨୦ ବର୍ଷୀୟ ଝିଅ ଓ ଜଣେ ୨୧ ବର୍ଷିୟ ପୁଅକୁ ଏକ୍ସ୍ପେଲ୍ କରିବା ପାଇଁ କେରଳର ଏକ ପ୍ରଫେସ୍ନାଲ୍ କଲେଜ ନେଇଥିବା ନିଷ୍ପତ୍ତିକୁ କେରଳ ହାଇକୋର୍ଟ ରଦ୍ଦ କରିଛନ୍ତି। ବ୍ୟକ୍ତି ବିଶେଷଙ୍କ ସ୍ୱାଧୀନତା ଏବଂ ଗୋପନୀୟତାକୁ ସମ୍ମାନ ଦିଆଯିବା ଉଚିତ। ନୈତିକ ଅଭିଭାବକତ୍ୱ ଜାହିର କରିବା ନିମନ୍ତେ ଶିକ୍ଷାନୁଷ୍ଠାନ କତ୍ତୃପକ୍ଷମାନଙ୍କର ଅଧିକାର ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରେମ ଅନ୍ଧ ଏବଂ ମଣିଷର ସହଜାତ ପ୍ରବୃତ୍ତି। ଏହା ବ୍ୟକ୍ତିବିଶେଷ ଏବଂ ସେମାନଙ୍କର ସ୍ୱାଧୀନତା ସମ୍ବନ୍ଧୀୟ ବ୍ୟାପାର ବୋଲି ରାୟରେ ଅଦାଲତ କହିଛନ୍ତି। ଏହି ପ୍ରେମ ବ୍ୟାପାର କୌଣସି ବାଟରେ ଅଧ୍ୟୟନ ପରିବେଶକୁ ପ୍ରଭାବିତ କରୁଥିବାର ପ୍ରମାଣ ଅଭାବ ଥିବାରୁ କୌଣସି ପରିପ୍ରେକ୍ଷୀରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହେବ ନାହିଁ ବୋଲି ଅଦାଲତ କହିଛନ୍ତି।
ବାରକଲାସ୍ଥିତ ସିଏଚ୍ଏମ୍ଏମ୍ କଲେଜ ଫର୍ ଆଡ୍ଭାନ୍ସ୍ଡ୍ ଷ୍ଟଡିଜ୍ ବିବିଏ ଛାତ୍ର ମାଳବିବା ବାବୁ ଏବଂ ତାଙ୍କର ବରିଷ୍ଠ ବୈଶାକ କଲେଜର ନିଷ୍ପତ୍ତି ବିରୋଧରେ ଦାଏର କରିଥିବା ପିଟିସନ୍ର ଉପରେ କୋର୍ଟ ରାୟ ଶୁଣାଇ ଥିଲେ। କଲେଜ କର୍ତ୍ତୃପକ୍ଷ ଏବଂ ଦୁଇ ଶିକ୍ଷାର୍ଥୀଙ୍କ ପିତାମାତା ଏହି ସମ୍ବନ୍ଧକୁ ବିରୋଧ କରିବାରୁ ମାଳବିକା ବୈଶାକଙ୍କ ସହ ପଳାଇ ଯାଇଥିଲେ।
ମାଳବିକାଙ୍କ ମାଆ ପରେ ଥାନାରେ ନିରୁଦ୍ଦେଶ ଅଭିଯୋଗ କରିବାରୁ ଦୁହିଁଙ୍କୁ ପୁଲିସ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଇଥିଲା। ଶେଷରେ ମାଳବିକାଙ୍କ ପିତାମାତା ଅଭିଯୋଗ ପ୍ରତ୍ୟାହାର କରି ବୈଶାକଙ୍କ ସହ ଝିଅର ବାହାଘରକୁ ସମର୍ଥନ କରିଥିଲେ।