ଗର୍ଭପାତ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ

ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ କ୍ୟାନ୍‌ସର

ମୁମ୍ବାଇ : ମୁମ୍ବାଇର ଜଣେ ୧୪ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ଗର୍ଭପାତ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କ୍ୟାନ୍‌ସରରେ ପୀଡ଼ିତ ଥିବାରୁ ସେ ପିଲାଜନ୍ମ ପାଇଁ ଅସମର୍ଥ ବୋଲି ଦର୍ଶାଇଛନ୍ତି। ଏହି ଘଟଣାକୁ ନେଇ ମୁମ୍ବାଇରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ପୀଡ଼ିତା ଜଣକ ଚଳିତ ବର୍ଷ ପ୍ରାରମ୍ଭରେ ଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ଏନେଇ ଏକ ଏତଲା ରୁଜୁ ହୋଇଥିଲା। କିନ୍ତୁ ନିକଟରେ ନିଜ କ୍ୟାନ୍‌ସର ରୋଗ ଚିକିତ୍ସା ପାଇଁ ଯାଇଥିବା ବେଳେ ସେ ୨୪ ସପ୍ତାହର ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏଭଳି ସ୍ଥଳେ ସେ ପିଲାଜନ୍ମ କରିବାକୁ ଅସମର୍ଥ। ଝିଅ ଗର୍ଭବତୀ ଥିବା ଜାଣିବା ପରେ ତାଙ୍କ ପିତାମାତା ଏକ ଏନ୍‌ଜିଓ ସହ ପରାମର୍ଶ କରିଥିଲେ ଏବଂ ଏନ୍‌ଜିଓର ସହଯୋଗକ୍ରମେ ହାଇକୋର୍ଟରେ ଗର୍ଭପାତ ପାଇଁ ଆବେଦନ କରିଛନ୍ତି। ବମ୍ବେ ହାଇକୋର୍ଟରେ ବିଚାରପତି ଏଏସ୍‌ ଓକା ଏବଂ ଜଷ୍ଟିସ୍‌ ଏମ୍‌ଏସ୍‌ ସୋନାକ୍‌ଙ୍କ ଖଣ୍ଡପୀଠ ଏବେ ଜେଜେ ହସ୍ପିଟାଲ୍‌ର ଡିନ୍‌ଙ୍କୁ ଏନେଇ ଏକ କମିଟି ଗଠନ କରି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କହିଛନ୍ତି। ଏତେ ବିଳମ୍ବରେ ଗର୍ଭପାତ ପାଇଁ ଅନୁମତି ଦିଆଯାଇ ପାରିବ କି ନା ତାହା ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର