ଦୁଇ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଅନ୍ୟ ସାମଗ୍ରୀ ଜବତ

ଭୁବନେଶ୍ୱର: ନୟାପଲ୍ଲୀ ପୁଲିସ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରି ଦୁଇ ଲୁଟେରାକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଶନିବାର ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ‘ଇ-ଲଜିଷ୍ଟିକ ଓ୍ଵିସ୍‌ ମାଷ୍ଟର’ରେ କାର୍ଯ୍ୟରତ ଜଟଣୀ ଥାନା ଅନ୍ତର୍ଗତ ସ୍ୱର୍ଗତ ବିକ୍ରମ ଜେନାଙ୍କ ପୁଅ ସଞ୍ଜୟ ଜେନା ଗତ ଅକ୍ଟୋବର ୧୧ରେ ପାର୍ସଲ ଡେଲିଭରି କରିବାକୁ ଯାଇ ନିଜ ମୋଟରସାଇକେଲ(ଓଡି ୦୨ଡବ୍ଲ୍ୟୁ ୩୦୬୦)କୁ ବ୍ରିଟ କଲୋନିର ଏମ୍‌ଆଇଜିଏ/୨୭ ଆଗରେ ପାର୍କିଂ କରିଥିଲେ। ଏହି ସମୟରେ ଏକ ନମ୍ବର ବିହୀନ ସ୍କୁଟିରେ ଆସି ନୟାପଲ୍ଲୀ ଥାନା ଅନ୍ତର୍ଗତ ଗଡ଼ସାହିର ପ୍ଲଟ ନମ୍ବର ୧୨୦୬/୧୨୦୭ ନିବାସୀ ନିରଞ୍ଜନ ନାୟକ ଓରଫ ଟିକନ ଓ ଜଟଣୀ ଥାନା ଅନ୍ତର୍ଗତ ଯାଁଳା ନିଟକସ୍ଥ ହରିଅଣା ସାହିର ରବୀନ୍ଦ୍ର କୁମାର ନାୟକଙ୍କ ପୁଅ ଅଭୟ କୁମାର ନାୟକ ଓରଫ୍‌ ଟୁଲୁକୁ ଗିରଫ କରାଯାଇଛି।

ଅଭିଯୁକ୍ତମାନଙ୍କ ଠାରୁ ଏକ ୨ଟି ଲିନୋଭୋ ମୋବାଇଲ, ୨ଟି ଏମ୍‌ଆଇ ମୋବାଇଲ, ୨ଟି ନୋଟ୍‌-୪ ମୋବାଇଲ୍‌, ଗୋଟିଏ ପୋଶାକ, ଏକ ପରିଚୟ ପତ୍ର, ଏକ ବ୍ୟାଗ ଆଦି ଜବତ ହୋଇଛି।

ସମ୍ବନ୍ଧିତ ଖବର