ବିକାଶଶୀଳ ଭାରତର ମଙ୍ଗ ହେଉଛି ଭାରତୀୟ ରେଲବାଇ। ଭାରତୀୟ ରେଲୱେର ନେଟୱର୍କ ସାରା ଦେଶରେ ଖେଳେଇ ହୋଇ ରହିଛି। ଏବେ ପର୍ଯ୍ୟନ୍ତ ୫୦ ପ୍ରତିଶତ ରେଳବାଇ ଟ୍ରାକର ବିଦ୍ୟୁତିକରଣ କରାଯାଇଛି। କିନ୍ତୁ ଏବେ ବି ବହୁତ ରୁଟରେ ଡିଜେଲରେ ଟ୍ରେନ୍ ଚାଲୁଅଛି। କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଡିଜେଲରେ ଚାଲୁଥିବା ଟ୍ରେନର ମାଇଲେଜ୍ କେତେ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍କୁଟର,ବାଇକ ଓ କାର୍ ଭଳି ଟ୍ରେନର ମଧ୍ୟ ମାଇଲେଜ୍ ମପାଯାଇଥାଏ। କିନ୍ତୁ ଅଧିକ ଭାର ହେବା କାରଣରୁ ମାଇଲେଜ୍ ବହୁତ କମ୍ ହୋଇଥାଏ। ଡିଜେଲରେ ଚାଲୁଥିବା ଟ୍ରେନର ମାଇଲେଜ୍ ସେମାନଙ୍କ ରୁଟ୍, ଗାଡି, ଏକ୍ସପ୍ରେସ୍ ହେବା କିମ୍ବା ନ ହେବା ଉପରେ ନିର୍ଭର କରିଥାଏ। ରିପୋର୍ଟ ଅନୁସାରେ, ମାଲଗାଡିର ମାଇଲେଜ୍ ପାସେଞ୍ଜର ଗାଡି ଠାରୁ ବହୁତ କମ୍ ହୋଇଥାଏ। ଏମିତିରେ ଟ୍ରେନର ମାଇଲେଜ୍ ଏହାର ଓଜନ ଏବଂ ରୁଟ୍ ଆଧାରରେ ହୋଇଥାଏ। ଏହାସହ ଟ୍ରେନରେ ଲଗା ଯାଇଥିବା କୋଚ୍ ସଂଖ୍ୟା ମାଇଲେଜ୍ ଉପରେ ପ୍ରଭାବ ପକାଇଥାଏ। ପାସେଞ୍ଜର ଟ୍ରେନ୍ ଅପେକ୍ଷା ଇଣ୍ଟର ଷ୍ଟେଟ୍ ଏକ୍ସପ୍ରେସ୍ ଟ୍ରେନରେ ୨୪ ରୁ ୨୫ କୋଚ୍ ଥାଏ । ଏଥିପାଇଁ ଇଞ୍ଜିନକୁ ଅଧିକ ପାୱାରର ଆବଶ୍ୟକତା ରହିଛି । ଏଥିପାଇଁ ଅନୁମାନ ଲଗାଯାଇଛି ଯେ ଏକ କି.ମି ଚାଲିବା ପରେ ୬ ଲିଟର ଡିଜେଲ୍ ଖର୍ଚ୍ଚ ହୋଇଥାଏ।
ପାସେଞ୍ଜର ଟ୍ରେନ୍ :
ପାସେଞ୍ଜର ଟ୍ରେନରେ ସାମାନ୍ୟ ୧୨ ରୁ ୧୫ଟି କୋଚ୍ ଥାଏ। ଯେଉଁଥିପାଇଁ କମ୍ ପାୱାରର ଆବଶ୍ୟକତା ରହିଥାଏ। କିନ୍ତୁ ଏହି ଟ୍ରେନ୍ ଛୋଟ ଛୋଟ ଷ୍ଟେସନରେ ରହିଥାଏ। ଯେଉଁଥିପାଇଁ ଅଧିକ ଡିଜେଲ୍ ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଏହାର ଖର୍ଚ୍ଚ ମଧ୍ୟ ଏକ୍ସପ୍ରେସ୍ ଟ୍ରେନର ବରାବର ହୋଇଥାଏ ଏବଂ ଏହି ଟ୍ରେନ୍ ଏକ କି.ମି ଚାଲିଲେ ଆନୁୁମାନିକ ରୂପେ ୫ ରୁ ୬ ଲିଟର ଡିଜେଲ୍ ଖର୍ଚ୍ଚ ହୋଇଥାଏ।
ମାଲଗାଡି :
ମାଲଗାଡିରେ କୋଚ୍ ସଂଖ୍ୟା ଏବଂ ଟ୍ରେନରେ ନିଆଯାଉଥିବା ସାମାନ୍ ଆଧାରରେ ମାଇଲେଜ୍ର କେତେ ତାହା ଜଣାପଡିଥାଏ। ପ୍ରତି ଟ୍ରେନ୍ ହିସାବରେ ଏହା ଅନୁମାନ ଲଗାଯାଏ। ଆପଣଙ୍କୁ କହିରଖୁଛୁ ଯେ ଟ୍ରେନର ସ୍ପିଡ କାରଣରୁ ଏହାର ମାଇଲେଜରେ ଫରକ ନଜର ଆସିଥାଏ। ଏହି କାରଣରୁ ସ୍ପିଡ୍ ଅନୁସାରେ ଅନୁମାନରେ ମଧ୍ୟ ଫରକ ଆସେ। ତେବେ ଦେଖାଯାଏ ତ ଭାରତୀୟ ରେଳବାଇ ଅଧିକ ରୋଜଗାର ମାଲ ଗାଡିରୁ ର୍ହିଁ କରିଥାଏ।
ଗୋଟିଏ ଏକ୍ସପ୍ରେସ୍ ଟ୍ରେନର ମାଇଲେଜ୍ ପାସେଞ୍ଜର ଗାଡିରୁ ଅଧିକ ହୋଇଥାଏ। ଏହା ୪.୫ ଲିଟର ଡିଜେଲରେ ୧ କି.ମି ର ବାଟ ଯାଇଥାଏ। ତେବେ ଆପଣଙ୍କୁ କହିରଖୁଛୁ କି ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ପ୍ରଥମ ଟ୍ରେନ୍ ୩୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଚାଲିଥିଲା। ଯେଉଁ ସମୟରେ ଏହି ଟ୍ରେନ୍ ରୁଟରେ ଚାଲୁଥିଲା ସେତେବେଳେ ସମୟ ହୋଇଥିଲା ୩.୩୫ ମିନିଟ। ଏହା ବୋରିବନ୍ଦର (ଛତ୍ରପତି ଶିବାଜୀ ଟର୍ମିନାଲ୍)ରୁ ଠାଣେରୁ ଚଲାଯାଇଥିଲା। ଏହି ରେଳଗାଡିକୁ ବ୍ରିଟେନରୁ ମଗାଯାଇଥିବା ତିନି ଭାପ୍ ଇଞ୍ଜିନ୍ ସୁଲତାନ୍, ସିନ୍ଧୁ ଏବଂ ସାହିବ୍ ଭିଡିଥିଲେ। ୨୦ ଡବାବାଲା ଏହି ଟ୍ରେନରେ ୪୦୦ ଯାତ୍ରୀ ଯାତ୍ରା କରିଥିଲେ।