ଚନ୍ଦାହାଣ୍ତି: ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କଲାଣି। ଧାନ କେଣ୍ତା ଧରିବା ସମୟରେ ବର୍ଷା ଉଭେଇ ଯିବାରୁ ଅଣ ଜଳସେଚିତ ଅ˚ଚଳର ଚାଷୀ ମାନେ ଚିନ୍ତାରେ ପଡିଛନ୍ତି। ଏହି ପରିସ୍ଥିତିରେ ଆଜି ପିସିସି ସମ୍ପାଦକ କ୍ଷେମରାଜ ବାଘଙ୍କ ନେତୃତ୍ବରେ ଚାଷୀ ମାନେ ଶୁଖିଲା ଧାନ କେଣ୍ତା ଧରି ତହସିଲଦାରଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ସହାୟତା ପାଇଁ ଦାବି କରିଥିଲେ। ଚାଷୀ ମାନେ ଚଳିତ ବର୍ଷ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ଆଣି ଚାଷ କରିଥିବା ବେଳେ ଏହାର ସମାଧାନ ନହେଲେ ଗରିବ ଚାଷୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଥା ଶୀଘ୍ର ରାଜସ୍ବ ବିଭାଗ ତରଫରୁ ଆକଳନ ସହ ଉଚିତ କ୍ଷତିପୂରଣ ଦେବାକୁ ଚାଷୀ ମାନେ ସ୍ଥାନୀୟ ତହସିଲଦାର ହୃଦାନନ୍ଦସି˚ ମାଝୀଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ତହସିଲଦାର ଶରତ ଶବରଙ୍କୁ ସ୍ମାରକପତ୍ର ଏବଂ ଶୁଖିଲା ଧାନ କେଣ୍ତା, ଚିନାବାଦାମ ଗଛ ପ୍ରଦାନ କରିଥିଲେ। ଚନ୍ଦାହାଣ୍ତି ବ୍ଲକର ପ୍ରାୟ ଦଶରୁ ଉର୍ଦ୍ଧ ପଞ୍ଚାୟତରେ ଦେଖାଦେଇଥିବା ଉତ୍କଟ ମରୁଡି ପରିସ୍ଥିତିର ଅନୁଧୢାନ ସହ କ୍ଷୟକ୍ଷତି ଆକଳନ କରି ମରୁଡି ଘୋଷଣା କରିବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଏକ ବିରାଟ ଚାଷୀ ଆନ୍ଦୋଳନ ହେବ ବୋଲି ଚାଷୀ ମାନେ ଚେତାବନୀ ଦେଇଥିଲେ।
ପ୍ରକାଶ ଥାଉକି, ଚନ୍ଦାହାଣ୍ତି ବ୍ଲକରେ ପୁଣି ଥରେ ଚଳିତ ବର୍ଷ ଉତ୍କଟ ମରୁଡି ଦେଖାଦେଇଛି। ନଦୀ, ଝରଣା କୁଳିଆ ଅ˚ଚଳର ଚାଷୀ ପାଣି ପମ୍ପ ସହାୟତାରେ ପ୍ରାୟ ଏକ ମାସ ହେବ ପାଣି ଉଠାଉଥିବା ବେଳେ ଦଶଟି ପଞ୍ଚାୟତରେ ଜଳସଚେନ ସୁବିଧା ନଥିବା ବେଳେ ଏଠାରେ ଉତ୍କଟ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ କିଭଳି ଏହି ଦୁର୍ଭିକ୍ଷର ସାମନା କରିବେ ସେଥିନେଇ ଚିନ୍ତାରେ ପଡିଛନ୍ତି। ବ୍ଲକର ଅର୍ଦ୍ଧାଧିକ ଧାନ ଚାଷ ପାଣି ଅଭାବରୁ ଝାଉଁଳି ଯାଇ ପୋଡି ଯାଇଥିବା ବେଳେ ସ˚ପୃକ୍ତ ଚାଷୀ ମାନେ କୌଣସି ଉପାୟ ନପାଇ ଶେଷରେ ନିଜର ଗାଇ ଗୋରୁଙ୍କୁ ଚାଷ ଜମିରେ ଚରାଇ ଦେଉଥିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ରାଜ୍ୟ ସରକାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ନିମନ୍ତେ ଘୋଷଣା କରୁଥିବା ବେଳେ ଏହି ବ୍ଲକରେ ଏଯାବତ୍ ଚାଷୀଙ୍କ ସ୍ବାର୍ଥ ପାଇଁ ଜଳସେଚନ ପ୍ରକଳ୍ପ ଖଣ୍ତେ ହୋଇପାରୁନଥିବା ଚାଷୀ କୂଳଙ୍କ ପ୍ରତି ଉପହାସ ହୋଇପଡିଛି। ବ୍ଲକରେ ପ୍ରସ୍ତାବିତ ତେଲ, ବରେହି, ଡୁରକାଠେଙ୍ଗା, ଛିତିକଘାଟ, କୋକଟିଖାଇ, ସୁନାରୀମାଲ, ବାଘଡେରନା ଆଦି ଜଳସେଚନ ପ୍ରକଳ୍ପ ସରକାରୀ ଫାଇଲର ନାଲି ଫିତା ତଳେ ପଡି ରହିଥିବା ବେଳେ ଏଠାକାର ଚାଷୀ ଲଗାତାର ଏଭଳି ମରୁଡିର ଶିକାର ହୋଇ ନିଜ ନିଜର ଆର୍ଥିକ ଓ ମାନସିକ ଭାରସାମ୍ୟ ହରାଇ ନିଜ ଭିଟା ମାଟି ଛାଡି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି। ଏହି ବିକ୍ଷୋଭରେ କ୍ଷେମରାଜ ବାଘଙ୍କ ସମେତ ହୁମେଶ୍ବର ହ˚ସ, ମୋହନ ନାଗ, ପୁସ୍ତମ ବାଘ, ଜୟଦେବ ନିୟାଲ, ଅଭିମନ୍ୟୁ ମାଝୀ, ପ୍ରେମ ଗଣ୍ତା, ରୁକମନ ମାଝୀ, ନିଳାମ୍ବର ବାଘ, ମଙ୍ଗଳ ନାଗ, କିଷନ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର