ଫେରୋଜପୁର: ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଦ୍ୱାରା ରବିବାର ପଞ୍ଜାବର ଫେରୋଜପୁରଠାରୁ ଦୁଇ ପାକିସ୍ତାନୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ପାକିସ୍ତାନୀ ଦ୍ୱୟ ପାକିସ୍ତାନ ସେନାର ବଲୁଚ ରେଜିମେଣ୍ଟର ବୋଲି ଜାଣିବାକୁ ମିଳିଛି। ଗିରଫ ହୋଇଥିବା ପାକିସ୍ତାନୀ ଦ୍ୱୟ ହେଉଛନ୍ତି ସିରାଜ ଅହମ୍ମଦ(୩୧) ଏବଂ ମୁମତାଜ ଖାନ(୩୮)।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ସଂଧ୍ୟା ପ୍ରାୟ ୫.୧୦ ସମୟରେ ଏହି ଦୁଇ ଜଣ ପାକିସ୍ତାନୀ ଭାରତୀୟ ସେନା ଆଡ଼େ ଆସୁଥିଲେ ସେହି ସମୟରେ ସୁରକ୍ଷା ବଳ ସେମାନଙ୍କୁ ଧରିବାରେ ସମର୍ଥ ହୋଇଥିଲା। ସୁରକ୍ଷା ବଳ ଏହି ଦୁଇ ଜଣଙ୍କୁ ଧରିବା ସହ ମୁମତାଜଙ୍କଠାରୁ ୩,୬୬୦ ଟଙ୍କା, ଏକ ମୋବାଇଲ୍ ଫୋଡ଼୍, ସିମ୍ କାର୍ଡ ଜବତ କରିବା ସହ ସିରାଜଙ୍କଠାରୁ ଦୁଇଟି ପାକିସ୍ତାନୀ ସେନା ଆଇକାର୍ଡ, ୪ଟି ଫଟୋଗ୍ରାଫ୍, ଏକ ସ୍ମାର୍ଟଫୋନ୍ ଏବଂ ୧,୦୪୦ ଟଙ୍କା ଜବତ କରିଛି।
ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ୍ରେ ପଞ୍ଜାବ ପୁଲିସ୍ର କାଉଣ୍ଟର୍ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ୍ ୪ ପାକିସ୍ତାନୀଙ୍କୁ ଗିରଫ କରିଥିଲା। ପାକିସ୍ତାନର ଇଣ୍ଟର୍ ସର୍ଭିସ ିଣ୍ଟେଲିଜେନ୍ସ(ଆଇଏସ୍ଆଇ) ଦ୍ୱାରା ସେମାନେ ପ୍ରଶିକ୍ଷଣ ନେଉଥିବା ସନ୍ଦେହରେ ଗିରଫ କରାଯାଇଥିଲା।