କରଓ୍ଵାଚୌଥ୍‌ରେ ନୂଆ ଫୋନ ମାଗିଥିଲା ପ୍ରେମିକା, ନ ଦେଇପାରିବାରୁ ପ୍ରେମିକକୁ ଏଭଳି ଦଣ୍ଡ ଦେଲା

ଯମୁନାନଗର : କରଓ୍ଵାଚୌଥ୍‌ରେ ଉପହାର ଆକାରରେ ଫୋନ ନ ମିଳିବାରୁ ପ୍ରେମିକା ଯେଉଁ ନିଷ୍ପତ୍ତିି ନେଇଥିଲା । ତାହା ପ୍ରେମିକଙ୍କୁ ଭୁଲ ପଦକ୍ଷେପ ନେବା ପାଇଁ ବାଧ୍ୟ କରିଥିଲା । ଫୋନ ମିଳିବା ପରେ ଏତେ ଦିନର ସଂପର୍କ ଛିନ୍ନ କରିବା ସହ ବିବାହ କରିବା ପାଇଁ ମନା କରି ଦେଇଥିଲା ପ୍ରେମିକା । ଏଭଳି ନିଷ୍ପତ୍ତିି ଶୁଣି ପ୍ରେମିକ ନିଜ ପ୍ରେମିକାର ରାୟ ବଦଳାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲା । କିନ୍ତୁ ପ୍ରେମିକା ନ ମାନିବା ସହ ଜଣେ ଯୁବକଙ୍କ ଦ୍ୱାରା ପ୍ରେମିକକୁ ଫୋନ କରାଇ ଧମକ ଦେଇଥିଲେ । ଯାହା ପରେ ଅବସାଦଗ୍ରସ୍ତ ହୋଇ ପ୍ରେମିକ ସାଜନ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ।

bhaskar.com

ମୃତ ସାଜନଙ୍କ ମା’ଙ୍କ କହିବା ଅନୁଯାୟୀ,ସାଜନ କରଓ୍ଵାଚୌଥ୍‌ ଦିନ ତା’ର ପ୍ରେମିକାକୁ ଘରକୁ ଆଣିଥିଲା । ତା’ର ପ୍ରେମିକା ସାଜନ ପାଇଁ ବ୍ରତ ମଧ୍ୟ ରଖିବା ସହ ମୋ ଆଶୀର୍ବାଦ୍‌ ନେଇ ଘରକୁ ଫେରିଥିଲା । କିନ୍ତୁ ତା’ ପରଦିନ ଠାରୁ ସେ ଫୋନ ଉଠାଇବା ବନ୍ଦ କରି ଦେଇଥିଲା । ଦିନେ ଜଣେ ବ୍ୟକ୍ତି ମୋ ପୁଅ ପାଖକୁ ଫୋନ କରି ନିଜକୁ ପଞ୍ଜାବ ପୁଲିସର ପରିଚୟ ଦେଇ ନିଜ ପ୍ରେମିକାକୁ ଆଜିଠାରୁ ଫୋନ କରିବ ନାହିଁ ବୋଲି କହି କାଟି ଦେଇଥିଲେ । ଏ ବିଷୟରେ ସେ ମୋତେ ଜଣାଇ ଅକ୍ଟୋବର ୩୧ରେ ଘରୁ ଚାଲି ଯାଇଥିଲା । ପରେ ସେ ମୋତେ ଫୋନ କରି ଆତ୍ମହତ୍ୟା କରିବାକୁ ଯାଉଛି ବୋଲି କହିବା ସହ ନଦୀକୁ ଡ଼େଇଁ ପଡ଼ିଥିଲା । ଯାହାର ଶବ୍ଦ ମୁଁ ଫୋନ ଯୋଗେ ଶୁଣି ପାରିଥିଲି ବୋଲି ସାଜନଙ୍କ ମା’ ଜଣାଇବା ପରେ ଏବେ ଅଭିଯୁକ୍ତ ପ୍ରେମିକା ଏବଂ ଫୋନ କରିଥିବା ଯୁବକକୁ ଖୋଜିବା ଆରମ୍ଭ କରିଛି ପୁଲିସ । ଅନ୍ୟ ପକ୍ଷରେ ଶୁକ୍ରବାର ସାଜନଙ୍କ ଶବ ଉଦ୍ଧାର କରିବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର