ସ୍ୱାଇନ୍‌ ଫ୍ଲୁର ଶିକାର ହେଲେ ଆଇପିଏସ୍‌; କର୍ଣ୍ଣାଟକର ଜଣାଶୁଣା  ପୁଲିସ ଅଧିକାରୀ ମଧୁକର ସେଟ୍ଟୀଙ୍କର  ପରଲୋକ

ବେଙ୍ଗାଲୁରୁ : କର୍ଣ୍ଣାଟକ କ୍ୟାଡରର ୧୯୯୯ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ମଧୁକର ଆର୍‌ ସେଟ୍ଟୀଙ୍କର ହାଇଦ୍ରାବାଦ୍‌ରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ଦେହାନ୍ତ ହୋଇଛି । ଶୁକ୍ରବାର ରାତିରେ ସେ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ହେବ ସେ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି । ନିଜର କାର୍ଯ୍ୟଦକ୍ଷତା ଏବଂ ସଚ୍ଚୋଟପଣିଆ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧୁକର। କର୍ଣ୍ଣାଟକର ଉଡ୍ଡୁପିର ବାସିନ୍ଦା ମଧୁକର ଜେଏନ୍‌ୟୁରେ ଉଚ୍ଚଶିକ୍ଷା ହାସଲ କରିଥିଲେ । ମଧୁକର ଆର୍‌ ସେଟ୍ଟୀ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ଲୋକମାନଙ୍କୁ ଠିକ୍‌ ବାଟ ଦେଖାଇଥିଲେ ଏବଂ ଦୁର୍ନୀତି ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ଇସ୍ତଫା ପଛରେ ତାଙ୍କର ତଦନ୍ତ ଥିଲା ଅନ୍ୟ ଏକ କାରଣ।

Oneindia Hindi

ସୂଚନା ମୁତାବକ,ଦୁଇ ବର୍ଷ ତଳେ ସେ ସର୍‌ଦାର୍‌ ବଲ୍ଲଭଭାଇ ପଟେଲ ନ୍ୟାସ୍‌ନାଲ ପୁଲିସ ଅକାଦେମୀରେ ଡ଼େପୁଟି ଡ଼ିରେକ୍ଟର ଭାବେ ନିଯୁକ୍ତ ପାଇଥିଲେ । ସବୁ କିଛି ଠିକ୍‌ ଚାଲିଥିବା ବେଳେ କିଛି ଦିନ ପୂର୍ବରୁ ସେ H1N1 ଭୂତାଣୁର ଶିକାର ହୋଇଥିଲେ । ଏହି ଭୂତାଣୁ ପ୍ରଥମେ ତାଙ୍କ ଫୁସ୍‌ଫୁସ୍‌ ଏବଂ ପରେ ତାଙ୍କ ହୃଦୟକୁ ସଂକ୍ରମିତ ହୋଇ ଯାଇଥିଲା । ଯାହା ପାଇଁ ଗୁରୁବାର ତାଙ୍କର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ସର୍ଜରୀ ପରେ ମଧ୍ୟ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଶୁକ୍ରବାର ୮.୫୦ରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର