ନୂଆଦିଲ୍ଲୀ : ସିଭିସି ରିପୋର୍ଟ ଆଧାରରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ହଟାଯାଇ ପାରିବ ନାହିଁ ବୋଲି ପୂର୍ବରୁ ବୟାନ ଦେଇ ଆସୁଥିବା ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ବର୍ମାଙ୍କୁ ସାକ୍ଷାତ କରିଛନ୍ତି। ସରକାରରେ ଥିବା କିଛି ନକରାତ୍ମକ ଚିନ୍ତାଧାରାର ଲୋକଙ୍କ ଭୁଲ୍ ଉପଦେଶ ପାଇଁ ସରକାର ଏଭଳି ସ୍ଥିତିରେ ପଡ଼ିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଲୋକଙ୍କ କଥାକୁ ଗୁରୁତ୍ବ ଦେବା ଉଚିତ୍ ନଥିଲା ବୋଲି ସ୍ବାମୀ କହିଛନ୍ତି।