ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କରିବାକୁ ଯାଉଛି ୨ଟି ବଲିଉଡ୍ ଚଳଚ୍ଚିତ୍ର ଅକ୍ସର-୨ ଓ ତୁମ୍ହାରି ସୁଲୁ। ଏହାସହ ହଲିଉଡ୍ ଫିଲ୍ମ ଜଷ୍ଟିସ୍ ଲିଗ୍ ମଧ୍ୟ ଥ୍ରିଡିରେ ମୁକ୍ତିଲାଭ କରୁଛି।ଅକ୍ସର-୨ ହେଉଛି ୨୦୦୬ ମସିହାର ମୁକ୍ତିଲାଭ କରୁଥିବା ଅକ୍ସରର ସିକ୍ୱେଲ। ଏଥିରେ ପ୍ରମୁଖ ଭୂମିକାରେ ରହିଛନ୍ତି ଜରିନ୍ ଖାନ, ଗୌତମ ରୋଡେ, ଅଭିନବ ସୁକ୍ଲା, ମୋହିତ ମଦ୍ଦାନ, ସୋଫି ହାୟତ ରହିଛନ୍ତି। ଇମ୍ରାନ୍ ହାସ୍ମିଙ୍କୁ ଏଥିରେ କ୍ୟାମିଓ ଭୂମିକାରେ ଦେଖିବାକୁ ମିଳିବ। ଅନନ୍ତ ନାରାୟଣ ମହାଦେବନ ଏହାର ନିର୍ଦେଶନା ଦେଇଛନ୍ତି। ଏହା କେବଳ ମହାରାଜାରେ ମୁକ୍ତିଲାଭ କରିବାକୁ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅକ୍ସର-୨ ସହିତ ପ୍ରତିଯୋଗିତା କରି କମେଡି ଚଳଚ୍ଚିତ୍ର ତୁମ୍ହାରି ସୁଲୁ। ରେଡିଓ ଜକି ଭୂମିକାରେ ରହିଛନ୍ତି ବିଦ୍ୟା ବାଲାନ୍। ଏହାସହ ମାନବ କୌଲ, ନେହା ଧୂପିଆ ଓ ଆରଜେ ମଲିସ୍କାଙ୍କୁ ଦେଖିବାକୁ ମିଳିବ। ସୁରେଶ ତ୍ରିବେଣୀ ଏହାର ନିର୍ଦେଶନା ଦେଇଛନ୍ତି। ଏହା କେଶରୀରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାସହ ସିଲଭର ସ୍କ୍ରିନ୍କୁ ଆସୁଛି ହଲିଉଡ ଚଳଚ୍ଚିତ୍ର ଜଷ୍ଟିସ୍ ଲିଗ୍। ଜ୍ୟାକ୍ ସ୍ନାଇଡର ଏହାର ନିର୍ଦେଶନା ଦେଇଛନ୍ତି। ଏଥିରେ ପ୍ରମୁଖ ଭୂିମକାରେ ରହିଛନ୍ତି ବେନ୍ ଆପ୍ଲେକ୍, ହେନେରି କ୍ୟାଭିଲ, ଏମି ଆଡମ୍ସ, ଜାସନ୍ ମୋମୋଆ, ଜେରେମି ଇରେନ୍ସ ଓ ଡିଏନ୍ ଲେନ୍ ପ୍ରମୁଖ। ଏହା କେଶରୀରେ ଥ୍ରିଡିରେ ମୁକ୍ତିଲାଭ କରୁଛି।