କାର୍ତ୍ତିକ୍ ଆର୍ୟନ ନୁହନ୍ତି ଏହି ଅଭିନେତାଙ୍କୁ ଡେଟ୍ କରୁଛନ୍ତି ସାରା,ଜୋର ଧରିଲା ଚର୍ଚ୍ଚା
ମୁମ୍ବାଇ : ବଲିଉଡ୍ରେ ପାଦ ରଖିବା ପୂର୍ବରୁ କାର୍ତ୍ତିକ୍ ସାରାଙ୍କର କ୍ରସ୍ ବୋଲି ଚର୍ଚ୍ଚା ହୋଇ ଆସିଛି । ଏମିତିକି ଅନେକ ଥର ସାରା କାର୍ତ୍ତିକ୍ଙ୍କୁ ନିଜ ଆଡ଼ୁ ମେସେଜ ପଠାଇ କଥା ହେବାକୁ ଚେଷ୍ଟା କରୁଥିବା କଥା ସାରାଙ୍କ ମା’ ଅମୃତା ଖୁଲାସା କରି ସାରିଛନ୍ତି । ତେବେ ସାରା କାର୍ତ୍ତିକଙ୍କୁ ଭଲ ପାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ତାହା ଭୁଲ ପ୍ରମାଣିତ ହୋଇଛି । ସାରା କାର୍ତ୍ତିକ୍ଙ୍କୁ ନୁହେଁ ବରଂ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଡିସେମ୍ବର ୨୦୧୯ରେ ଦୁହିଁଙ୍କ ଫିଲ୍ମ ‘କେଦାରନାଥ’ ରିଲିଜ୍ ହୋଇଥିଲା । ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ସୁଟିଂ ପରେ ଏବେ ଦୁହେଁ ଏକା ସାଙ୍ଗରେ ସମୟ ବିତାଉଥିବା ଚର୍ଚ୍ଚା ହେଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ସୋମବାର ସୁଶାନ୍ତ ନିଜର ଜନ୍ମଦିନ ପାଳନ କରିଥିବା ବେଳେ ସାରା ନିଜର ଡେରାଡୁନ୍ ଟ୍ରିପ୍କୁ ବାତିଲ କରି ସୁଶାନ୍ତଙ୍କ ପାଖରେ ପହଞ୍ଚିଥିଲେ । ସାରା କେକ୍ ନେଇ ସୁଶାନ୍ତଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଥିବା ବେଳେ ଦୁହେଁ ସାଥିରେ ଖାଇବା ପାଇଁ ବାହାରକୁ ଯାଇଥିଲେ । ସୁଶାନ୍ତଙ୍କ ଖାସ୍ ଦିନରେ ସାରାଙ୍କ ଏପରି କାମ ଦୁହିଁଙ୍କ ମଧ୍ୟରେ କିଛି ଥିବାର ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।