ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଚାଞ୍ଚଲ୍ୟକର ବୟାନ : ଅଭିନେତ୍ରୀ ପ୍ରିୟା ଆନନ୍ଦ ହିଁ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ
ମୁମ୍ବାଇ : ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଫିଲ୍ମ ଇଂଲିଶ ଭିଙ୍ଗ୍ଲିଶରେ ଅଭିନୟ କରିଥିବା ଅଭିନେତ୍ରୀ ପ୍ରିୟା ଆନନ୍ଦଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ । ପ୍ରିୟାଙ୍କ ପାଇଁ ଶ୍ରୀଦେବୀ ମୃତ୍ୟୁବରଣ କରିଥିବା ବ୍ୟବହାରକାରୀଜଣଙ୍କ କହିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ଅଭିନେତ୍ରୀ ପ୍ରିୟା ଏ ନେଇ ବ୍ୟବହାରକାରୀଙ୍କୁ କଡ଼ା ଜବାବ ଦେବା ପରେ ସେ କ୍ଷମା ମାଗିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
Sridevi acted with @PriyaAnand in ENGLISH VINGLISH. @SrideviBKapoor is no more now. JK Rithish acted with Priya Anand in LKG. JK Rithish is no more now. WHOEVER ACTS WITH PRIYA ANAND, THEY R DYING. Is PRIYA ANAND a symbol of BAD LUCK for her costars? @RJ_Balaji
— Aanalagan (@lovel0velove143) 21 April 2019
ଆନାଲଗାନ ନାମକ ଜଣେ ବ୍ୟବହାରକାରୀ ଟୁଇଟ୍ କରି, ପ୍ରିୟା ଆନନ୍ଦଙ୍କ ସହ ଶ୍ରୀଦେବୀ ଫିଲ୍ମ ଇଂଲିଶ ଭିଙ୍ଗ୍ଲିଶରେ କାମ କରିବା ପରେ ଆର ପାରିକୁ ଚାଲିଗଲେ । ଫିଲ୍ମ ଏଲ୍କେଜିରେ ଅଭିନେତା ଜେ.କେ ରିତେଶ ପ୍ରିୟାଙ୍କ ସହ କାମ କରିବା ପରେ ସେ ମଧ୍ୟ ଆର ପାରିକୁ ଚାଲିଗଲେ । ଯିଏ ବି ପ୍ରିୟାଙ୍କ ସହ କାମ କରୁଛନ୍ତି, ସେ ଆର ପାରିକୁ ଚାଲି ଯାଉଛନ୍ତି । ପ୍ରିୟା ନିଜ ସହ କଳାକାରଙ୍କ ପାଇଁ ଖରାପ କି? ବୋଲି ଲେଖିଥିଲେ ।
Sridevi acted with @PriyaAnand in ENGLISH VINGLISH. @SrideviBKapoor is no more now. JK Rithish acted with Priya Anand in LKG. JK Rithish is no more now. WHOEVER ACTS WITH PRIYA ANAND, THEY R DYING. Is PRIYA ANAND a symbol of BAD LUCK for her costars? @RJ_Balaji
— Aanalagan (@lovel0velove143) 21 April 2019
ଏହାର ଜବାବ ରଖି, ତୁମ ଭଳି ଲୋକଙ୍କୁ ମୁଁ ଜବାବ ଦିଏ ନାହିଁ । କିନ୍ତୁ ତୁମେ ଯାହା ଲେଖିଛ । ତାହା ଅତ୍ୟନ୍ତ ନିନ୍ଦନୀୟ । ଜାଣିଛି କି, ସୋସିଆଲ ମିଡିଆରେ କିଛି କହିବା ଅତି ସହଜ । କିନ୍ତୁ ଆପଣ ସବୁ ସୀମା ପାର କରି ଦେଇଛନ୍ତି ବୋଲି କହିଥିଲେ ପ୍ରିୟା । ପ୍ରିୟାଙ୍କ ଜବାବ ପରେ ବ୍ୟବହାରକାରୀଜଣଙ୍କ କ୍ଷମା ମାଗି ନେଇଥିବା ଜଣା ପଡ଼ିଛି ।