ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ରେ ଅଶଂଗ୍ରହଣ କରି ଜୈସ୍ କ୍ୟାମ୍ପକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ୫ ପାଇଲଟଙ୍କୁ ପ୍ରଦାନ କରାଯିବ ବାୟୁ ସେନା ମେଡାଲ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଗତ ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟ ଠାରେ କରା ଯାଇଥିବା ଏୟାର ଷ୍ଟ୍ରାଇକ୍ରେ ଅଂଶଗ୍ରହଣ କରି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପକୁ ବୋମା ମାଡ଼କରି ଧ୍ୱଂସ କରି ଦେଇଥିବା ୫ ଜଣ ଲଢ଼ୁଆ ବିମାନ ପାଇଲଟଙ୍କୁ ସମ୍ମାନଜନକ ବାୟୁ ସେନା ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିବ ଭାରତୀୟ ବାୟୁସେନା।
Sambad is now on WhatsApp
Join and get latest news updates delivered to you via WhatsApp
Indian Air Force’s Wg Cdr Amit Ranjan, Sqn Ldrs Rahul Basoya, Pankaj Bhujade, BKN Reddy, Shashank Singh awarded Vayu Sena Medal (Gallantry) for bombing Jaish-e-Mohammed terrorist camp in Pakistan’s Balakot town. All officers are Mirage 2000 fighter aircraft pilots. pic.twitter.com/0pwki6aCaw
— ANI (@ANI) August 14, 2019
ଭାରତୀୟ ବାୟୁସେନାର ସମ୍ମାନଜନକ ବାୟୁ ସେନା ମେଡାଲ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଏହି ୫ ଜଣ ଦୁଃସାହାସୀ ପାଇଲଟ ହେଲେ ଓ୍ଵିଙ୍ଗ୍ କମାଣ୍ଡର ଅମିତ୍ ରଞ୍ଜନ, ସ୍କାର୍ଡନ ଲିଡର ରାହୁଲ ବାସୋୟ, ପଙ୍କଜ ଭୁଜାଦେ, ବିକେଏନ୍ ରେଡ୍ଡି ଓ ଶଶାଙ୍କ ସିଂହ। ଏମାନେ ସମସ୍ତେ ହେଉଛନ୍ତି ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିରେଜ୍- ୨୦୦୦ର ପାଇଲଟ।