ଆଇଏନଏକ୍ସ ମିଡିଆ ମାମଲାରେ ୫ଟି ଦେଶକୁ ଚିଠି ଲେଖିଲା ସିବିଆଇ
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ୫ଟି ଦେଶକୁ ଚିଠି ଲେଖିଥିବା ଜଣାଯାଇଛି । ସୂଚନା ଅନୁସାରେ ସିବିଆଇ ଇଂଲଣ୍ଡ, ମରିସସ୍, ବରମୁଡା, ସୁଇଜରଲ୍ୟାଣ୍ଡ ଓ ସିଙ୍ଗାପୁରକୁ ଚିଠି ଲେଖିଛି । ଆଇଏନଏକ୍ସ ମିଡିଆ ମାମଲାରେ କେଉଁ କେଉଁ ରାସ୍ତାରେ ଅର୍ଥ କାରବାର ହୋଇଥିଲା, ସେ ନେଇ ଅଧିକ ସୂଚନା ଜାଣିବାକୁ ଏହି ଚିଠି ଲେଖାଯାଇଥିବା କୁହାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମାମଲାରେ ସିବିଆଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କୁ ଗିରଫ କରିବାପରେ ତାଙ୍କୁ ଜେରା କରିଥିଲା । ୨୬ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ୍ ।
ସେପଟେ ଇଡି ମାମଲାରେ ୨୬ ତାରିଖ ଯାଏଁ ସୁପ୍ରିମକୋର୍ଟ ପ୍ରଦାନ କରିଛନ୍ତି ଅନ୍ତରୀଣ ସୁରକ୍ଷା । ଫଳରେ ଏହି ସମୟ ମଧ୍ୟରେ ତାଙ୍କୁ ଇଡି ଗିରଫ କରିପାରିବ ନାହିଁ । ଶୁକ୍ରବାର କୋର୍ଟରେ ଶୁଣାଣି ବେଳେ ଇଡି କୋର୍ଟଙ୍କ ନିକଟରେ ନୂଆ ତଥ୍ୟ ରଖିଛି ।
ତାଙ୍କ ପୁଅ କାର୍ତ୍ତୀଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇବାକୁ ଚିଦାମ୍ବରମ ଆଇଏନଏକ୍ସ ମିଡିଆର ସେତେବେଳର ପ୍ରମୋଟର ପିଟର ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କହିଥିଲେ ବୋଲି ଇଡି ଜଣାଇଛି । ଏହାସହ ବିଦେଶରେ ଚିଦାମ୍ବରଙ୍କ ୧୧ଟି ସ୍ଥାବର ସମ୍ପତି ଓ ୧୭ଟି ବ୍ୟାଙ୍କ ଆକାଉଂଟ ଥିବା କୋର୍ଟଙ୍କୁ ଜଣାଇଛି ଇଡି ।