ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ପୁଞ୍ଚ୍‌ରେ ଅନବରତ ଗୁଳିବର୍ଷା, ସୀମାବର୍ତ୍ତୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି

ଜମ୍ମୁ: ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ଅଂଚଳରେ ପ୍ରବଳ ଗୁଳିଗୋଳା ବର୍ଷା ଜାରି ରହିଛି। ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରି ପାକିସ୍ତାନ ଗୁଳିଗୋଳା ମାଡ଼ କରିଥିବାରୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ପୁଞ୍ଚ୍‌ ଜିଲ୍ଲାର ମନକୋଟ୍‌, ବାଲାକୋଟ୍‌ ଏବଂ ମେନ୍ଧର ସେକ୍ଟରରେ ପାକ୍‌ ସେନା ଆଗୁଆ ଘାଟି ଏବଂ ସାଧାରଣ ଜନବସତିକୁ ଟାର୍ଗେଟ୍‌ କରି ଗୁଳିଗୋଳା ମାଡ଼ କରୁଛି। ଭାରତ ମଧ୍ୟ ଭାରୀ ଯୁଦ୍ଧାସ୍ତ୍ରରେ ଏହାର ଜବାବ ଦେଉଛି ଏବଂ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତକାଲି ମଧ୍ୟ ଉତ୍ତର କଶ୍ମୀରର ଉରି ସେକ୍ଟରରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଳଂଘନ ଦ୍ବାରା ଜଣେ ଯବାନ ଏବଂ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଏବେ ସୀମାନ୍ତ ଗ୍ରାମର ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାପାଇଁ ଯୋଜନା କରାଯାଉଛି।

ସମ୍ବନ୍ଧିତ ଖବର