କେରଳ ସିରିୟଲ କିଲିଂ ଅଭିଯୁକ୍ତକୁ ‌ଦେଖିବା ପାଇଁ କୋର୍ଟରେ ପ୍ରବଳ ଗହଳି

ଥିରୁବନନ୍ତପୁରମ୍‌: କେରଳ ସିରିୟଲ କିଲିଂ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଲି ଶାଜୁକୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଜଲିକୁ ଦେଖିବାପାଇଁ ଆଜି କୋଜିକୋଡ଼ କୋର୍ଟ ବାହାରେ ପ୍ରବଳ ଗହଳି ହୋଇଥିଲା। ଜଲି ସହ ଅନ୍ୟ ୨ ଅଭିଯୁକ୍ତକୁ ୭ ଦିନିଆ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ୨୦୦୨ରୁ ୨୦୧୬ ମଧ୍ୟରେ ଜଲି ୬ ଟି ହତ୍ୟାକାଣ୍ଡ ଘଟାଇଛି। ନିଜ ସ୍ବାମୀ, ଶାଶୂ, ଶ୍ବଶୂର ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ସେ ସାଏନାଇଡ୍‌ ଦେଇ ମାରିଥିବା‌ ସ୍ବୀକାର କରିଛି। କେବଳ ସମ୍ପତ୍ତି ପାଇଁ ଜଲି ଗୋଟିଏ ପରେ ଗୋଟିଏ ହତ୍ୟା କରି ଚାଲିଥିଲା। ଜଲିଙ୍କ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ଘଟଣାରେ ଆମେରିକାରେ ରହୁଥିବା ତାଙ୍କ ଭାଇ ମାମଲା ରୁଜୁ କରିବାପରେ ହିଁ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। କେରଳ ପୁଲିସ ଡିଜି ଲୋକନାଥ ବେ‌ହେରା କହିଛନ୍ତି,ତାଙ୍କ ଟିମ୍‌ ଏହି ମାମଲାରେ ବିଦେଶରୁ ମଧ୍ୟ ବିଶେଷଜ୍ଞମାନଙ୍କ ସହଯୋଗ ନେବ ଏବଂ ଖୁବ୍‌ ଶୀଘ୍ର ମାମଲାର ଫଏସଲା ହେବ।

ସମ୍ବନ୍ଧିତ ଖବର