ସାବରକରଙ୍କୁ ନୁହେଁ ବିଚାରଧାରାକୁ ବିରୋଧ: ମନମୋହନ ସିଂ

ଇନ୍ଦିରା ଗାନ୍ଧୀ ସାବରକରଙ୍କ ନାମରେ ଡାକ ଟିକଟ ପ୍ରଚଳନ କରିଥିଲେ

ମୁମ୍ବାଇ: ବୀର୍‌ ସାବରକରଙ୍କୁ ‘ଭାରତ ରତ୍ନ’ ମିଳିବା ନେଇ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିବା ପରେ ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ବିଜେପି ଦାବି କରିଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଯେ, କଂଗ୍ରେସ ସାବରକରଙ୍କୁ ବିରୋଧ କରେନାହିଁ, ତାଙ୍କ ହିନ୍ଦୁତ୍ବ ବିଚାରଧାରାକୁ ବିରୋଧ କରୁଛି। ଇନ୍ଦିରା ଗାନ୍ଧୀ ହିଁ ପ୍ରଥମେ ସାବରକରଙ୍କୁ ନେଇ ଡାକ ଟିକଟ ପ୍ରଚଳନ କରିଥିଲେ। କଂଗ୍ରେସ ସାବରକରଙ୍କ ପ୍ରତି ଅଧିକ ସମ୍ମାନ ପ୍ରଦର୍ଶନ କରି ଆସିଛି ବୋଲି ମନମୋହନ କହିଛନ୍ତି।

ସମ୍ବନ୍ଧିତ ଖବର