ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଗୁପ୍ତରେ ଜିଲ୍ଲା ଗସ୍ତ କର, ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରି ମାନ ଯାଞ୍ଚ କର
ଭୁବନେଶ୍ବର: ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥଶ୍ରମର ସ୍ଥିତି ପରଖନ୍ତୁ । ଏହାଛଡା ସ୍କୁଲ ଓ ଆହାରକେନ୍ଦ୍ର ମଧ୍ୟାହ୍ନ ଭୋଜନ ଖାଇବା ସହ ଖାଦ୍ୟର ମାନ ଯାଞ୍ଚ କରନ୍ତୁ । ଆଉ ଏଥିପାଇଁ ବିଭିନ୍ନ ସ୍କୁଲ, ଅନାଥଶ୍ରମ ଓ ଆହାର କେନ୍ଦ୍ରକୁ ଅଚାନକ ଗସ୍ତ କରନ୍ତୁ ମନ୍ତ୍ରୀ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Sambad is now on WhatsApp
Join and get latest news updates delivered to you via WhatsApp
ବିଦ୍ୟାଳୟକୁ ଅଚାନକ ଗସ୍ତ କରି ମଧ୍ୟାହ୍ନ ଭୋଜନ କରିବା ଦ୍ୱାରା ଉକ୍ତ ଅନୁଷ୍ଠାନ ଗୁଡିକର ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ ମନ୍ତ୍ରୀ । ଯାହାଦ୍ୱାରା ଉକ୍ତ ଅନୁଷ୍ଠାନଗୁଡ଼ିକର ଅଧିକ ଆବଶ୍ୟକତା କ’ଣ ଓ ପରିଚାଳନାରେ କ’ଣ ତ୍ରୁଟି ରହୁଛି ତାହା ସହଜରେ ଜଣାପଡିବ । ତେବେ ଏଭଳି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବାକୁ କୁହାଯାଇଛି । ୩-୪ ଜଣରୁ ଯେପରି ଅଧିକ ଲୋକ ଏହି ଗୁପ୍ତ କାର୍ଯ୍ୟକ୍ରମରେ ଯେପରି ସାମିଲ ନ ହୁଅନ୍ତି ସେଥିପାଇଁ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅଚାନକ ଗସ୍ତ ସମ୍ପର୍କରେ ଟିକିନିକି ତଥ୍ୟ ମାସିକିଆ ରିପୋର୍ଟରେ ଉଲ୍ଲେଖ ରଖିବାକୁ ମନ୍ତ୍ରୀ ମାନଙ୍କୁ କୁହାଯାଇଛି । ଏହାଛଡା ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।