ଭୁବନେଶ୍ୱର : ଏୟାର ପୋର୍ଟରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ନେଇ ଆଜି ସହିଦନଗଗର ଥାନାରେ ଅଭିଯୋଗ ହୋଇଛି। ଏନେଇ ପ୍ରୀତମ ମହାନ୍ତି ଓ ତାଙ୍କର ସହଯୋଗୀମାନେ ଥାନାରେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗରେ ଦର୍ଶାଯାଇଛି ଯେ ରସୁଲଗଡ଼ ଅଞ୍ଚଳରେ ଥିବା ଡ୍ରିମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଆଭିଏସନ୍ ନାମକ ଏକ ସଂସ୍ଥା ଏୟାରପୋର୍ଟରେ ଚାକିରି ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ନେଇଥିଲା। ୨ମାସ ଟ୍ରେନିଙ୍ଗ ପରେ ସେମାନଙ୍କୁ ଚାକିରି ଦିଆଯିବ ବୋଲି ଆବେଦନକାରୀମାନଙ୍କୁ ସଂସ୍ଥା ଲିଖିତ ଭାବେ ଏକ ବଣ୍ଡ ଦେଉଥିଲା। ତେବେ ଗତ ୬ ମାସ ତଳେ ପ୍ରୀତମ ମହାନ୍ତି ଓ କେତେକ ଯୁବକ ଚାକିରି କରିବା ପାଇଁ ୭ଲକ୍ଷରୁ ଊର୍ଧ୍ୱ ଟଙ୍କା ଦେଇଥିଲେ। ତେବେ ଇତି ମଧ୍ୟରେ ଟ୍ରେନିଂ ସମୟରୁ ୪ମାସ ଅଧିକ ବିତିଯାଇଥିଲେ ମଧ୍ୟ ଯୁବକମାନେ ଚାକିରି ପାଇନଥିଲେ।
ତେଣୁ ବାରମ୍ବାର ସଂସ୍ଥାର ମାଲିକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ତେବେ ଆଜି କାଲି କହି ମାଲିକ ଦିନ ଗଡ଼ାଇ ଚାଲିଥିଲେ। ହେଲେ କେହି ଜଣେ ଆବେଦନକାରୀ ଚାକିରି ପାଇ ନଥିଲେ କି ଟଙ୍କା ଫେରସ୍ତ ପାଇନଥିଲେ। ତେବେ ଗତ କିଛିଦିନ ତଳେ ସଂସ୍ଥା ସେଠାରୁ ନିଜର ବୋର୍ଡ ପରିବର୍ତ୍ତନ କରି ‘ଫାଣ୍ଟାସି କ୍ୟାରିୟର ସର୍ଭିଶେଷ୍ ପ୍ରାଇଭେଟ୍ ଲିମିଟେଡ୍’ ନାମରେ ଚଳାଉଥିବା ଆବେଦନକାରୀ ଜାଣିବାକୁ ପାଇଥିଲେ। ଏନେଇ ଆବେଦନକାରୀମାନେ ଆଜି ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।