ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତ, ୨ ପାକ୍‌ ସୈନିକ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୁନ୍ଦରବନୀ ସେକ୍ଟରରେ ଆଜି ପାକ୍‌ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ସୁନ୍ଦରବନୀର କେରି ବାଟ୍ଟଲ୍‌ ଅଞ୍ଚଳରେ ପାକ୍‌ ସେନା ଆଜି ଅତର୍କିତ ଗୁଳିଚାଳନା କରିବାରୁ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା। ଭାରତୀୟ ସେନାର ପାଲଟା ଜବାବରେ ଦୁଇଜଣ ପାକିସ୍ତାନୀ ସୈନିକ ନିପାତ ହୋଇଛନ୍ତି। ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି , ଜମ୍ମୁ କଶ୍ମୀର ଅଖନୁର ସେକ୍ଟର ସ୍ଥିତ ଏଲ୍‌ଓସିରେ ଭାରତୀୟ ସେନା ଦ୍ବାରା ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୨ ଜଣ ପାକ୍‌ ସୈନିକ ନିପାତ ହୋଇଥିବା ସହ କେତେକ ପାକ୍‌ ଆଗୁଆ ଘାଟି କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଆଜି ସକାଳେ ଭାରତୀୟ ଅଞ୍ଚଳକୁ ଟା‌ର୍ଗେଟ୍‌ କରି ଅତର୍କିତ ଗୁଳିବର୍ଷା କରିଥିଲା। ଗତ କିଛି ଦିନ ଧରି ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଗତ ଶୁକ୍ରବାର ମଧ୍ୟରାତିରେ ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ସମ୍ବନ୍ଧିତ ଖବର