ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଚାଲିଥିବା ବେଳେ ମତଦାନ କେନ୍ଦ୍ରରେ ଭୋଟର ଓ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୭୦ଟି ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ମଦଦାନ ଶେଷ ହୋଇଯାଇଛି। ସନ୍ଧ୍ୟା ୭ଟା ସୁଦ୍ଧା ୫୭.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଏଥିସହ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି । ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ସମୟରେ ପୁଲିଂ ବୁଥ୍‌ରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

Delhi Assembly Election: वोटिंग के दौरान पोलिंग बूथों पर हुईं 2 मौतें, जानें पूरा मामला zeenews.india.com/

ଆଜି ଦିଲ୍ଲୀ ହରିନଗରରେ ଜଣେ ମତଦାତା  ଭୋଟ୍ ଦେବା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମତଦାତାଙ୍କ ନାମ ନିତିନ ଭାକରୁ । ତାଙ୍କ ବୟସ ୫୯ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି। ନିତିନ୍‌ ମତଦାନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ତାଙ୍କର ହଦୃଘାତ ହୋଇଥିଲା ବୋଲି ସ୍ଥାନୀୟଲୋକେ କହୁଛନ୍ତି।

ସେହିପରି ବାବରପୁର ବିଧାନସଭା ଆସନ ପାଇଁ ଡିୟୁଟିରେ ଥିବା ନିର୍ବାଚନ ଅଧିକାରୀ ଅଧମ ସିଂହଙ୍କର ବି ଆଜି ମତଦାନ ସମୟରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବୋଲି ଖବର ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଡିୟୁଟିରେ ଥିବା ସମୟରେ ଅଧମ ସିଂହଙ୍କ ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା। କିଛିସମୟ ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

Image result for delhi-assembly-election-death-of-an-election-officer-and-a-voter-during-voting
Firstpost

ଏହି ମତଦାନ ପ୍ରକ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନିଜ ନିଜର ଅଧିକାର ସାବ୍ୟସ୍ତ କରିଥିଲେ। ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ରହିଥିଲେ। ଉଭୟେ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟସ୍ଥିତ ମତଦାନ କେନ୍ଦ୍ରରେ ମତଦାନ କରିଥିଲେ।

ସମ୍ବନ୍ଧିତ ଖବର