ଜାଣନ୍ତୁ, ୯୨ତମ ଓସ୍କାର୍ ଆଓ୍ଵାର୍ଡ ପାଇଲେ କେଉଁମାନେ ?

ମୁମ୍ବାଇ: ହଲିଉଡର ସବୁଠାରୁ ବଡ ସୋ’ ଭାବେ ବିବେଚିତ ହୁଏ ଏକାଡେମି ଆଓ୍ଵାର୍ଡ ସୋ’ । ଲସ୍‌ ଏଞ୍ଜେଲସ୍‌ର ଡଲବି ଥିଏଟରରେ ଆୟୋଜିତ ହୋଇଛି ଏହି ସୋ’ ।  ଏଥର କୌଣସି ଭାରତୀୟ ସିନେମା ଓସ୍କାର୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି।  ୯୨ ତମ ଓସ୍କାର ସମାରୋହରେ କେଉଁମାନେ ବିଭିନ୍ନ ଶ୍ରେଣୀରେ ପୁରସ୍କୃତ ହୋଇଛନ୍ତି, ଆସନ୍ତୁ ଜାଣିବା ।

Image Courtesy: GoldDerby

ଶ୍ରେଷ୍ଠ ସିନେମା: ପାରାସାଇଟ୍
ଶ୍ରେଷ୍ଠ ନିର୍ଦେଶକ: ବଙ୍ଗ୍ ଜୁନ୍-ହୋ (ପାରାସାଇଟ୍ )
ଶ୍ରେଷ୍ଠ ଅଭିନେତା: ଜୋଆ କ୍ବିନ୍ ଫୋଏନିକ୍ସ୍(ଜୋକର୍)
ଶ୍ରେଷ୍ଠ ଅଭିନେତ୍ରୀ: ରିନିଜେଲ୍ ୱେମର୍ (ଜୁଡି)
ଶ୍ରେଷ୍ଠ ସହ ଅଭିନେତା: ବ୍ରାଡ ପିଟ୍‌ (ୱାନ୍‌ସ ଅପନ ଏ ଟାଇମ୍ ଇନ ହଲିଉଡ୍)
ଶ୍ରେଷ୍ଠ ସହ ଅଭିନେତ୍ରୀ: ଲରା ଡେର୍ଣ୍ଣ୍ ( ମ୍ୟାରେଜ୍ ଷ୍ଟୋରି)
ଶ୍ରେଷ୍ଠ ଆଧାରିତ ଚିତ୍ରନାଟ୍ୟ: (ଜୋଜୋ ରାବିଟ୍)
ଶ୍ରେଷ୍ଠ ମୌଳିକ ଚିତ୍ରନାଟ୍ୟ: (ପାରାସାଇଟ୍ )
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି ସର୍ଟ: ଲର୍ଣ୍ଣିଂ ଟୁ ସ୍କେଟବୋର୍ଡ ଇନ୍ ଏ ୱାର୍ ଜୋନ୍ ଇଫ୍ ୟୁ ଆର୍ ଏ ଗାର୍ଲ
ଶ୍ରେଷ୍ଠ ବିଦେଶୀ ଭାଷାର ସିନେମା: ପାରାସାଇଟ୍ ( ଦକ୍ଷିଣ କୋରିଆ)
ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟ ଓ ସିନେମାଟୋଗ୍ରାଫି: ୧୯୧୭
ଶ୍ରେଷ୍ଠ ଫିଲ୍ମ ଏଡଟିଂ: ଫର୍ଡ ଭି ଫେରାରି
କଷ୍ଟ୍ୟୁମ୍‌ ଡିଜାଇନ୍‌ : ଲିଟିଲ୍ ଓମେନ୍
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି: ଆମେରିକାନ୍ ଫାକ୍ଟ୍ରି
ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ : ଟୟଷ୍ଟୋରି -୪
ଶ୍ରେଷ୍ଠ ଆନିମେଟେଡ୍‌ ସର୍ଟ ଫିଲ୍ମ : ହେୟାର୍ ଲଭ୍
ଶ୍ରେଷ୍ଠ ପ୍ରଡକସନ୍ ଡିଜାଇନ୍: ୱାନ୍‌ସ ଅପନ ଏ ଟାଇମ୍ ଇନ ହଲିଉଡ୍
ଶ୍ରେଷ୍ଠ ଲାଇଭ୍ ଆକସନ୍ ସର୍ଟ: ଦ ନେଇବରସ୍ ଉଇଣ୍ଡୋ

ସମ୍ବନ୍ଧିତ ଖବର