ଯୁବତୀମାନେ ଏକା ସାଙ୍ଗରେ ୫ଜଣ ପ୍ରେମିକ ରଖି ପାରିବେ ! ନେହାଙ୍କ ଏଭଳି ବୟାନକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହେଲା ଝଡ଼
ମୁମ୍ବାଇ: ନିଜ ବୟାନ ପାଇଁ ଏବେ ବିବାଦରେ ଅଭିନେତ୍ରୀ ନେହା ଧୁପିଆ। ଏକ ରିୟାଲିଟି ସୋ’ରେ ସେ ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ଏବେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ତାଙ୍କ ବୟାନକୁ ନେଇ କିଛି ଲୋକ ତାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନେହା ଏବେ ଏମଟିଭିରେ ପ୍ରସାରିତ ହେଉଥିବା ରୋଡିଜର ରିଭଲ୍ୟୁସନ ସିଜିନରେ ନଜର ଆସୁଛନ୍ତି। ଏହି ସୋ’ରେ ସେ ବିଚାରକ ଭାବେ କାମ କରୁଥିବା ବେଳେ ସୋ’ ସମୟରେ ସେ କହିଥିବା କଥା ଲୋକଙ୍କୁ ପସନ୍ଦ ଆସିନାହିଁ। ଜଣେ ଯୁବତୀ ଚାହିଲେ ଏକା ସାଙ୍ଗରେ ୫ଜଣ ପ୍ରେମିକ ରଖିପାରିବ ବୋଲି କହି ଏବେ ବିବାଦରେ ଛନ୍ଦି ହୋଇଛନ୍ତି ନେହା। ସୋସିଆଲ ମିଡିଆରେ ସୋ’ର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ପ୍ରତିଯୋଗୀ ନିଜ ପ୍ରେମ ସଂପର୍କ ବିଷୟରେ କହୁଥିବା ଦେଖାଯାଇଛି। ତାଙ୍କ ପ୍ରେମିକା କିଭଳି ୫ଜଣ ପୁଅକୁ ଡେଟ୍ କରି ତାଙ୍କୁ ଧୋକା ଦେଇଥିବାରୁ ସେ ନିଜ ପ୍ରେମିକାକୁ ଚାପୁଡ଼ା ମାରିଥିଲେ ସେ ବିଷୟରେ ଜଣାଇଥିଲେ ପ୍ରତିଯୋଗୀ। ଏ ବିଷୟରେ ଶୁଣିବା ପରେ ନେହା ଧୁପିଆ ପ୍ରତିଯୋଗୀଙ୍କ ଉପରେ ରାଗିଥିବା ଭିଡିଓରେ ଦେଖାଯାଇଛି। ନେହା କହୁଛନ୍ତି, ୫ଟି ପ୍ରେମିକ ରଖିବା ତୁମ ପ୍ରେମିକାର ଇଚ୍ଛା ଉପରେ ନିର୍ଭର କରେ। ତୁମେ ତାଙ୍କୁ ଏ ନେଇ ଚାପୁଡ଼ା ମାରିବାକୁ କେହି ନୁହେଁ।
ନେହାଙ୍କ ଏଭଳି ବୟାନ ପରେ ଲୋକେ ତାଙ୍କ ମେମ୍ ବନାଇ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।