ଜଗତସିଂହପୁର ବିଜେପି ମହିଳା ମୋର୍ଚ୍ଚାର ଦାବି : ମହିଳାଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍ ସେଣ୍ଟର ହେଉ

ଜଗତସିଂହପୁର ଟାଉନ୍ : ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଙ୍ଗରୋଧ ଗୃହ ପ୍ରସ୍ତୁତ କରିବା ପାଇଁ ଆଜି ଜଗତସିଂହପୁର ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ଆଜି ଜିଲ୍ଲାପାଳଙ୍କୁ ଏଭଳି ଦାବି ଜଣାଇଛନ୍ତି । ତେବେ ରାଜ୍ୟ ବାହାରୁ ହଜାର ହଜାର ମହିଳା ଆସିବା ପାଇଁ ପଞ୍ଜିକୃତ କରିଛନ୍ତି । ନିୟମ କୋହଳ ପରେ ଏବେ ଜିଲ୍ଲାକୁ ପ୍ରବାସୀମାନେ ଆସିବା ଆରମ୍ଭ କରିଛନ୍ତି । ତେବେ ପଞ୍ଚାୟତରେ ହୋଇଥିବା ସଙ୍ଗରୋଧ ଗୃହରେ ପୁରୁଷଙ୍କ ସହ ମହିଳା ରହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ପାଇଁ ସ୍ୱତନ୍ତ୍ର ସଙ୍ଗରୋଧ ଗୃହ କରାଯାଇ ରଖାଯିବାକୁ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର