୧୦ରୁ ଆରମ୍ଭ ହେବ ସୁଟିଂ ; ଫିଲ୍ମରୁ ବାଦ୍‌ ଦିଆଯିବ ଅନ୍ତରଙ୍ଗ ଦୃଶ୍ୟ

କୋଲକାତା: ତିନି ମାସ ହେଲା ବନ୍ଦ ଥିବା ଟାଲିପଡ଼ାରେ ପୁଣି ଶୁଭିବ ଲାଇଟ୍‌, କ୍ୟାମେରା, ଆକ୍ସନ୍‌! ଧାରାବାହିକ ପରେ ଏବେ କଡ଼ାକଡ଼ି ନିୟମ ସହ ଫିଲ୍ମ ସୁଟିଂ ଆରମ୍ଭ ହେବ। ମନ୍ତ୍ରୀ ଅରୂପ ବିଶ୍ବାସଙ୍କ ଅଧ୍ୟକ୍ଷତାରେ ପ୍ରଡ୍ୟୁସର୍ସ ଆକ୍ଟର୍ସ ଟେକ୍ନିସିଆନ୍‌ସ ଆସୋସିଏସନ୍‌ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୦ ତାରିଖରୁ ଫିଲ୍ମ ସୁଟିଂ ଆରମ୍ଭ ‌ହେବ। ଏଥିପାଇଁ ନିର୍ଦ୍ଦିଷ୍ଟ କେତୋଟି ନିୟମ ମାନିବାକୁ ହେବ। ସୁଟିଂ ଫ୍ଲୋର୍‌ରେ ଏକକାଳୀନ ୩୫ରୁ ଅଧିକ ଲୋକଙ୍କ ଉପସ୍ଥିତି ଉପରେ ରୋକ୍‌ ଲଗାଯାଇଛି। ୧୦ ବର୍ଷରୁ କମ୍‌ ବୟସର ପିଲାମାନେ ସୁଟିଂକୁ ଆସିବେ ନାହିଁ। ୬୫ ବର୍ଷରୁ ଅଧିକ ବୟସର କଳାକାରମାନେ ସୁଟିଂକୁ ଆସିବା ପୂର୍ବରୁ ମୁଚାଲିକା ଦେବାକୁ ହେବ। ଫିଲ୍ମରୁ ଅନ୍ତରଙ୍ଗ ଦୃଶ୍ୟକୁ ବାଦ୍‌ ଦିଆଯିବ। କଳାକାର ଏବଂ ଟେକ୍ନିସିଆନ୍‌ମାନଙ୍କର ସ୍ବାସ୍ଥ୍ୟ ବୀମା କରାଯିବ। ଏହି ନିୟମକୁ ମାନି ଫିଲ୍ମ ସୁଟିଂ ହେବ।

4usky.com

ପ୍ରକାଶଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁଁ ଟଲିଉଡ୍‌ର କୋଟି କୋଟି ଟଙ୍କା କ୍ଷତି ହୋଇଛି। ଡର୍ଜନେରୁ ଅଧିକ ବଙ୍ଗଳା ଫିଲ୍ମ ସୁଟିଂ ଅଧା ରହିଛି। ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବା ହଜାର ହଜାର ଲୋକ ଜୀବିକା ହରାଇଛନ୍ତି। ଆଗାମୀ ବୁଧବାରଠାରୁ ସୁଟିଂ ଆରମ୍ଭ କରିବାକୁ ଅନୁମତି ମିଳିଛି। ଏହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବାକୁ ସମୟ ଲାଗିବ। କାରଣ ଲକ୍‌ଡାଉନ୍‌ ଯୋଗୁଁ ସୁଟିଂର ଯନ୍ତ୍ରପାତି ଅସ୍ତବ୍ୟସ୍ତ ହୋଇ ରହିଛି। ସେସବୁ ସଜାଡ଼ିବା ପାଇଁ ସମୟ ଲାଗିବା ସ୍ବାଭାବିକ।

ସମ୍ବନ୍ଧିତ ଖବର