ଭୁବନେଶ୍ବର: ଏ ବର୍ଷ ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କ ଏକ ଓଡ଼ିଆ ସିନେମା ରିଲିଜ୍ ଲାଗି ସଜବାଜ ହେଉଥିବାର ଖବର ମିଳିଛି। ଏହି ଓଡ଼ିଆ ସିନେମାର ନାଆଁ ହେଲା ‘ପଗଲୁ’। ତେବେ ଲକଡାଉନ୍ ହେତୁ ତାହା ଅଟକି ରହିଛି। ଜଗନ୍ନାଥ ପାଟଯୋଶୀ ମହାପାତ୍ର ଏହାର ପ୍ରଯୋଜକ । ରାମ ପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ ଓ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ।
‘ପଗଲୁ’ରେ ପ୍ରକୃତି ମିଶ୍ରଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ନାୟିକା ରୂପେ ପ୍ରକୃତିଙ୍କୁ ବ୍ରେକ୍ ଦେଇଥିଲେ ସୋ’ ମ୍ୟାନ୍ ପ୍ରଶାନ୍ତ ନନ୍ଦ ତାଙ୍କ ଫିଲ୍ମ ‘ ଥୁକୁଲ୍ ’(୨୦୧୨)ରେ। ଏହାପରେ ସେ ‘ପ୍ରେମିକା’, ‘ ଓମ୍ ସାଇ ରାମ୍ ’, ‘ ଏସିପି ସାଗରିକା ’ ‘ଓମ୍ -ଆଇ ଆମ୍ ନଟ୍ ଏ ଗଡ୍ ’ ଏବଂ ‘ ମିଠା ମିଠା ’ଆଦି ଓଡ଼ିଆ ଛବିରେ ଲିଡ୍ ରୋଲରେ ନଜର ଆସିଥିଲେ । ତାଙ୍କୁ ଏକ ହିନ୍ଦୀ ସିରିଆଲ ‘ତିନ ଦେବିୟାଁ’ରେ ମଧ୍ୟ ପ୍ରକୃତି ଦେଖିବାକୁ ପାଇଥିଲେ ଦର୍ଶକ।
Sambad is now on WhatsApp
Join and get latest news updates delivered to you via WhatsApp
‘ପଗଲୁ’ରେ ପ୍ରକୃତି ମିଶ୍ରଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଅନୀଷା। ସେ ଜଣେ ମୁସଲିମ୍ ଯୁବତୀ। ‘ପଗଲୁ’ରେ ପ୍ରକୃତିଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି ନବାଗତ ଅଭିଷେକ ବେଉରା। ଉଭୟଙ୍କ ପ୍ରେମ କାହାଣୀ ହେଉଛି ସିନେମାର ମୁଖ୍ୟ ପ୍ରସଙ୍ଗ। ତେବେ ଏଥିରେ ଅନ୍ୟ ଏକ ପ୍ରେମ କାହାଣୀ ବି ରହିଛି। ଏହି ଫିଲ୍ମରେ ମିହିର ଦାସ, ଅପରାଜିତା, ଦୈତାରି ପଣ୍ଡା ଓ ପପୁ ପମ୍ ପମ୍ ପ୍ରମୁଖ ବି ମୁଖ୍ୟ ଭୂମିକାରେ ଅଛନ୍ତି।