ଲାଲ ଟି-ସାର୍ଟ ପିନ୍ଧି ଥିବାରୁ ୧୦୦ରୁ ଊର୍ଧ୍ୱ ରେଳଯାତ୍ରୀଙ୍କ ଜୀବନ ବଞ୍ଚାଇ ପାରିଲେ ୧୨ବର୍ଷର ବାଳକ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହେଓ୍ଵାଗ ଏକ ନିଶ୍ଚିତ ରେଳ ଦୁର୍ଘଟଣାକୁ ରୋକି ଥିବା ୧୨ବର୍ଷର ବାଳକକୁ ବାସ୍ତବ ଜୀବନର ହିରୋ ବୋଲି କହିଛନ୍ତି। ବୀରେନ୍ଦ୍ର କହିଛନ୍ତି, ଏହି ବାଳକ ଯେଉଁ ଭଳି ଭାବେ ରେଳ ଦୁର୍ଘଟଣାକୁ ରୋକି ପାରିଥିଲା, ତାହା ମୋ ପାଇଁ ପ୍ରେରଣା ଯୋଗାଇଛି।

ନିକଟରେ ବିହାରର ମଙ୍ଗଳପୁର ଅଞ୍ଚଳରେ  ଗୋରଖପୁର-ନରକାଟିୟାଗଞ୍ଜ ରେଳ ଧାରଣାରେ ଯାଉଥିବା ଏକ ପାସେଞ୍ଜର ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଯଦି ସେହି ସମୟରେ ୧୨ବର୍ଷର ବାଳକ ଭୀମ ଯାଦବ ସେହି ସ୍ଥାନରେ ନଥାଆନ୍ତେ ତେବେ ୧୦୦ରୁ ଊର୍ଧ୍ୱ ରେଳଯାତ୍ରୀଙ୍କ ଜୀବନ ବିପଦସଙ୍କୁଳ ଅବସ୍ଥାରେ ଥାଆନ୍ତା। ଭୀମ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଏକ ନିଶ୍ଚିତ ରେଳ ଦୁର୍ଘଟଣାକୁ ଅଟକାଇ ଦେଇଛି। ଫଳରେ ଟ୍ରେନ୍‌ରେ ବସି ଯାତ୍ରା କରୁଥିବା ୧୦୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ସୌଭାଗ୍ୟବଶତଃ ରକ୍ଷା ପାଇ ଯାଇଛି।

ତେବେ ଭୀମଙ୍କ ଏଭଳି ସାହସ ଓ ବୁଦ୍ଧି ଦେଖି ବୀରେନ୍ଦ୍ର ସେହେଓ୍ଵାଗ ତାଙ୍କର ପ୍ରଶଂସା କରି  ଡିସେମ୍ବର ୨୩ ତାରିଖ ଏକ ଟୁଇଟ କରିଛନ୍ତି। ବୀରେନ୍ଦ୍ର ଲେଖିଛନ୍ତି, ‘ଭୀମ ଯାଦବଙ୍କୁ ଭେଟନ୍ତୁ। ଇଏ ହିଁ ହେଉଛନ୍ତି ଅସଲ ହିରୋ, ଯିଏକି ରେଳ ଧାରଣାରେ ତ୍ରୁଟି ଥିବା ଦେଖିବା ପରେ ରେଳକୁ ସେହି ଧାରଣାରେ ଯିବାକୁ ଅଟକାଇ ଥିଲେ। ଭୀମ ରେଳ ଧାରଣାରେ ତ୍ରୁଟି ଥିବା ଦେଖିବା ପରେ କିପରି ଦ୍ରୁତଗତିରେ ଆସୁଥିବା ଟ୍ରେନ୍‌କୁ ଅଟକାଇବେ ତାହା ଜାଣି ପାରି ନଥିଲେ। ସଙ୍ଗେସଙ୍ଗେ ଉପସ୍ଥିତ ବୁଦ୍ଧି ଖଟାଇ ନିଜେ ପିନ୍ଧି ଥିବା ଏକ ଲାଲ ରଙ୍ଗର ଟି-ସାର୍ଟକୁ ଖୋଲି ଟ୍ରେନ୍‌  ଟ୍ରେନ୍‌ ଚାଳକଙ୍କ ଦୃଷ୍ଟିକୁ ଆକର୍ଷିତ କରିବା ଭଳି ଦୌଡ଼ବାରେ ଲାଗିଥିଲେ। ଫଳରେ ଟ୍ରେନ୍‌ ଚାଳକ ଭୀମ ଧରିଥିବା ଲାଲ ରଙ୍ଗର ଟି-ସାର୍ଟକୁ ଦେଖିଥିଲେ। ଆଗକୁ କିଛି ବିପତ୍ତି ଅଛି ବୋଲି ଭାବି ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଫଳରେ ୧୦୦ରୁ ଊର୍ଧ୍ୱ ରେଳ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।’

ବୀରେନ୍ଦ୍ରଙ୍କ ଏହି ଟୁଇଟ ପରେ ଭୀମଙ୍କର ଏହି ସାହାସିକତା ପାଇଁ ବିଭିନ୍ନ ଆଡୁ ତାଙ୍କ ପାଖକୁ ପ୍ରାଶଂସାର ସୁଅ ଛୁଟି ଆସୁଛି।

 

ସମ୍ବନ୍ଧିତ ଖବର