ଦିଲ୍ଲୀରେ ୮ ବର୍ଷର ଶିଶୁକୁ ଦୁଷ୍କର୍ମ

ନଏଡା: ଗ୍ରେଟର ନଏଡାର ଜର୍ଚା ଅଞ୍ଚଳର ଏକ ଗ୍ରାମରେ ଜଣେ ୮ ବର୍ଷୀୟା ଶିଶୁ ଦୁଷ୍କର୍ମର ଶିକାର ହୋଇଛି। ଗତ ଗୁରୁବାର ଦିନ ଶିଶୁଟି ଘର ବାହାରେ ଖେଳୁଥିବା ସମୟରେ ଜଣେ ୧୫ ବର୍ଷୀୟ ନାବାଳକ ତାକୁ ତା’ ଘରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ପାଖାପାଖି ଦୁଇଘଣ୍ଟା ପର୍ଯ୍ୟନ୍ତ ପୀଡ଼ିତାର ମା’ ତା’କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଝିଅକୁ ପାଇବାପରେ ତା’ଠାରୁ ସମସ୍ତ ଖବର ବୁଝିଥିଲେ। ତେବେ ଶିଶୁଟିର ପ୍ରବଳ ରକ୍ତସ୍ରାବ ହେବାହେତୁ ତା ବାପା ମା’ ତାକୁ ଚିକିିତ୍ସା ପାଇଁ ନେଇଥିଲେ। କିନ୍ତୁ ୩ଟି ମେଡିକାଲ୍‌ରେ ଚିକିତ୍ସା ପାଇଁ ମନା କରାଯାଇଥିଲା। ନଏଡା ଜିଲ୍ଲା ମେଡିକାଲ୍‌ରେ ମଧ୍ୟ ମହିଳା ଡାକ୍ତର ନଥିବା ହେତୁ ଚିକିତ୍ସା ଲାଗି ମନା କରାଯାଇ ପରଦିନ ସକାଳୁ ଆସିବାକୁ କୁହାଯାଇଥିଲା। ପୀଡ଼ିତାଙ୍କ ବାପା ଏ ବାବଦର ମୁଖ୍ୟ ମେଡିକାଲ ଅଫିସରଙ୍କୁ ଜଣାଇଛନ୍ତି ଏବଂ ସେ ଏହି ମାମଲାରେ ତଦନ୍ତ କରିବେ ବୋଲି କହିଛନ୍ତି। ଅଭିଯୁକ୍ତକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର